ଆଜି ଇଡିରେ ହାଜର ହୋଇପାରନ୍ତି ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ବର: ଆଜି ଇଡିରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ଗତ ୨୪ ତାରିଖରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ କୋର୍ଟରେ ହାଜର ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ପ୍ରଡକସନ ପିଟିସିନ ଫାଇଲ କରିଥିଲା ଇଡି। କୋର୍ଟରେ ପ୍ରଡକସନ ପରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ ବୋଲି ସୂଚନା ରହିଛି।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ଦୁହିଁଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ବ୍ୟବହୃତ ହୋଇଥିବା କଳା ଟଙ୍କାର ଉତ୍ସ ଇଡି ଖୋଜିବାରେ ଲାଗିଛି। ଏ ନେଇ ଇଡି ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଜେରା କରିସାରିଛି। ସିନେ-ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ବାଇଁଙ୍କୁ ‌ଏବେ ସୁଦ୍ଧା ଜେରା ସରିଛି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡିଦେଲେ ବାକି ୮ ଜଣ କିଏ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର