ଭୁବନେଶ୍ୱର: ଅରୋମିରା ପ୍ରି-ସ୍କୁଲ ପକ୍ଷରୁ ଆଜି ଏକ ଶିକ୍ଷୟିତ୍ରୀ ପ୍ରଶିକ୍ଷଶ ଶିବିର ଜାଗମରା ଶାଖାସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ମୌସୁମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ରୁଦ୍ରନାରାୟଣ ମହାପାତ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପସ୍ଥିତ ସ୍କୁଲର ସମସ୍ତ ଶାଖାର ଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମହାପାତ୍ର କହିଲେ, ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆପଣମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ତେଣୁ ଈଶ୍ୱରଦତ୍ତ ଏହି କର୍ତ୍ତବ୍ୟକୁ ସୁଚାରୁରୂପେ ପାଳନ କରିବା ପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏହି କର୍ମଶାଳାରେ ମନସ୍ତତ୍ତ୍ୱବିଦ୍ ସଂଧ୍ୟାରାଣୀ ପାଲ ଯୋଗଦେଇ ଶିଶୁଙ୍କ ମାନସିକତା ଉପରେ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କିଭଳି ଭାବେ ଜଣେ ଶିଶୁକୁ ପାଠ ପ୍ରତି ଆଗ୍ରହ କରାଯିବ, ସେ ଉପରେ ଆଲୋକପାତ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍କୁଲର ପାଞ୍ଚଟି ଶାଖାର ୩୭ଜଣ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଅକ୍ଷୟ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଅରୋମିରା ପ୍ରି-ସ୍କୁଲରେ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ କର୍ମଶାଳା
/sambad/media/post_attachments/wp-content/uploads/2018/09/IMG-20180901-WA0038.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)