ଲିଫ୍ଟ ମାଗି ଲୁଟିବା ଘଟଣାରେ ଜଣେ ଗିରଫ, ମୋବାଇଲ୍‌ ଓ ମନି ପର୍ସ ଜବତ

ଚୋରି ଅଭିଯୋଗରେ ଦୁଇ ଯୁବତୀ ଗିରଫ

ବାଲିପାଟଣା : ଲିଫ୍ଟ ମାଗି ଲୁଟିବା ଘଟଣାର ଅଭିଯୁକ୍ତକୁ ରବିବାର ବାଲିପାଟଣା ପୁଲିସ ଗିରଫ କରିଛି। ସେ ହେଲା ଶେଖପାଟଣା ଗ୍ରାମର ତୋଫାନ ସେନାପତି। ତା’ଠାରୁ ପୁଲିସ ଚୋରି ମୋବାଇଲ ଓ ମନିପର୍ସ ଜବତ କରିଛି।

ସୂଚନା ଅନୁସାରେ, ବାଲିଅନ୍ତା ଥାନା ଜଗନ୍ନାଥପୁର ଗ୍ରାମର ରାଜେନ୍ଦ୍ର କୁମାର ଜେନା ଶୁକ୍ରବାର କୌଣସି କାର୍ଯ୍ୟରେ ବନମାଳିପୁର ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ସେ ବାଲିପାଟଣା ଫେରୁଥିଲେ। ତୋଫାନ ଲିଫ୍ଟ ମାଗି ରାଜେନ୍ଦ୍ରଙ୍କ ବାଇକ୍‌ରେ ଆସିଥିଲା। କିଛି ବାଟ ଆସିବା ପରେ ଧାନହରା କେନାଲ ବନ୍ଧ ଠାରେ ତୋଫାନ ହଠାତ ରାଜେନ୍ଦ୍ରଙ୍କ ବେକରେ ଭୁଜାଲି ଲଗାଇ ରହିବା ପାଇଁ କହିଥିଲା। ରାଜେନ୍ଦ୍ର ବାଇକ୍‌ର ଗତି କମାଇବା କ୍ଷଣି ତାଙ୍କୁ ଧକ୍କା ମାରି ତଳେ ପକାଇଦେଇ ତାଙ୍କ ମୋବାଇଲ ଏବଂ ମନିପର୍ସ ଛଡ଼େଇ ନେଇ ଦୌଡ଼ି ପଳାଇଥିଲା। ଏନେଇ ରାଜେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଆଜି ବିଶେଷ ସୂତ୍ରରୁ ଖବର ପାଇ ଶେଖପାଟଣା ଗାଁରେ ଚଢ଼ଉ କରି ପୁଲିସ ତୋଫାନକୁ ଉଠାଇ ଆଣିଥିଲା। ଅଭିଯୋଗ ଆଧାରରେ ମାମଲା ରୁଜୁହୋଇ ତୋଫାନକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ହେଉଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ଚୋରି ଅଭିଯୋଗରେ ଦୁଇ ଯୁବତୀ ଗିରଫ
ଭୁବନେଶ୍ବର : ସହିଦନଗର ଅଞ୍ଚଳରେ ମହିଳା ଲୁଟେରା ମାତିଛନ୍ତି। ଆଜି ସେମିତି ଅଭିଯୋଗରେ ଦୁଇ ଯୁବତୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଶର୍ମିଳା ସାବର ଓରଫ୍ ଚୁମ୍‌କୀ(୨୨) ଓ ସଞ୍ଜବତୀ ସାବର ଓରଫ୍ ମାମୁନି(୩୦)। ଏହି ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ଚୋରି ଲାପ୍‌ଟପ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ସୂଚନାନୁଯାୟୀ ଗତକାଲି ଅପରାହ୍ଣ ପ୍ରାୟ ୩ଟା ସମୟରେ ପି. ହନୁମନ୍ତ ପ୍ରସାଦ ତାଙ୍କ ଅଫିସ ଖୋଲା ରଖି ପରିଶ୍ରାଗାରକୁ ଯାଇଥିଲେ। ସେହି ସମୟରେ ଚୁମ୍‌କୀ ଅଫିସ୍ ଭିତରେ ପଶିଥିଲା ଓ ମାମୁନି ବାହାରେ ଛକି ରହିଥିଲା। ଅଫିସ ଭିତରେ ଚାର୍ଜରେ ବସିଥିବା ଲେନେଭୋ ଲ୍ୟାପ୍‌ଟପ୍ ଏବଂ ସ୍ମାର୍ଟ ଫୋନ୍ ଧରି ଚୁମ୍‌କୀ ବାହାରକୁ ଆସିବା ପରେ ସେଠାରୁ ସେମାନେ ଚମ୍ପଟ୍‌ ମାରିଥିଲେ। ପି. ହନୁମନ୍ତ ସହିଦନଗର ଥାନରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍‌କୁ ଆଧାର କରି ସେମାନଙ୍କୁ ଠାବ କରିଥିଲା। ଏମାନେ ଭିକ ମାଗିବା ଆଳରେ ଘୁରି ବୁଲନ୍ତି ଓ କୌଣସି ଅଫିସ ବା ଘରେ କେହି ନଥିବା ସୁଯୋଗ ଦେଖି ଚୋରି କରନ୍ତି ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର