କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଅଭିନବ ପ୍ରତିବାଦ: ଧାରଣାସ୍ଥଳରେ ବେକରେ ରଶି ଲଗାଇଲେ

ଭୁବନେଶ୍ୱର: ପୂର୍ଣ୍ଣ ଶିକ୍ଷକ ମାନ୍ୟତା ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିବା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଧାରଣା ଆଜି ୧୦ମ ଦିନରେ ପହଞ୍ଚିଛି। ଆଜି ଧାରଣାସ୍ଥଳରେ କଳା ଓ କ୍ରୀଡ଼ା ଶିକ୍ଷକମାନେ ଅଭିନବ ଉପାୟରେ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି। ବେକରେ ରଶି ଲଗାଇ କଳା ଓ କ୍ରୀଡ଼ା ଶିକ୍ଷକ ପ୍ରତିବାଦ ଜଣାଇଥିଲେ। ଯାହାକି ରାସ୍ତାରେ ଯାଉଥିବା ଲୋକଙ୍କୁ କିଛି କ୍ଷଣ ପାଇଁ ସେଠାରେ ବାନ୍ଧି ରଖିଥିଲା।

ମହାସଂଘଣ ଆବାହକ ପ୍ରଦୀପ କୁମାର ଦାସ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ମହାସଂଘର ୪ଦଫା ଦାବିକୁ ଯଦି ସରକାର ନ ବିଚାର କରନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଆଗାମୀ ଦିନରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦୁର୍ଦ୍ଦଶା ଓ ସରକାରଙ୍କ ବିଫଳତାକୁ ନାଟକ ଓ ଗୀତ ଜରିଆରେ ରାଜଧାନୀର ବିଭିନ୍ନ ପ୍ରଥପାନ୍ତ ନାକଟରେ ଜରିଆରେ ଲୋକମାନଙ୍କୁ ଜଣାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର