ମଞ୍ଚସ୍ଥ ହେଲା ‘ନାକଟା ଚିତ୍ରକର’: ମଞ୍ଚ କହିଲା କଦାକାର ମଣିଷର କାହାଣୀ

ଭୁବନେଶ୍ବର: ‘ଅଭିନୟ ଜାଗୃତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର(ଅଜିତ)’ ପକ୍ଷରୁ ଆୟୋଜିତ ନାଟକ ପ୍ରଦର୍ଶନ ଉତ୍ସବରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ନାକଟା ଚିତ୍ରକର’। ବାଲ୍ୟାବସ୍ଥାରେ ବସନ୍ତ ରୋଗରେ ଆକ୍ରାନ୍ତ ରମେଶ ମହାପାତ୍ରଙ୍କ ମୁହଁର ବସନ୍ତ ଚିହ୍ନ ଓ ଦୁର୍ଘଟଣାରେ କଟି ଯାଇଥିବା ନାକ ତାଙ୍କ ମୁହଁକୁ କୁତ୍ସିତ କରିଦେଇଥିଲା। ମାତ୍ର ଚିତ୍ରକଳା ତାଙ୍କୁ ‘ନାକଟା ଚିତ୍ରକର’ ନାମରେ ସୁପ୍ରସିଦ୍ଧ କରିଥିଲା। ତାଙ୍କ ଚିତ୍ରକଳା ଦେଖି ସହରର ଜମିଦାରଙ୍କ ଝିଅ ରେଖା ତାଙ୍କ ପ୍ରେମରେ ପଡ଼ନ୍ତି। ମାତ୍ର କୁତ୍ସିତ ରୂପ ଯୋଗୁଁ ନାକଟା ଚିତ୍ରକର ପ୍ରେମରେ ବିଫଳ ହୁଅନ୍ତି। ମୂଳ ରଚନା ଫତୁରାନନ୍ଦ କରିଥିବା ବେଳେ ନାଟ୍ୟକାର ବିଜୟ ମିଶ୍ର ଏହାକୁ ନାଟ୍ୟ ରୂପ ଦେଇଥିଲେ। ବିଶିଷ୍ଟ ଅଭିନେତା ଅଜିତ ଦାସ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ। କାର୍ଯ୍ୟକ୍ରମରେ ଲେଖିକା ସଂଘମିତ୍ରା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟ ସଂସ୍ଥାର ନିର୍ଦ୍ଦେଶକ ଅଜିତ ଦାସ ଓ ନାଟ୍ୟକାର ବିଜୟ ମିଶ୍ର ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର