ଲଲାଟ ମୋହନ ପଟ୍ଟନାୟକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ବର : ‘ଆର୍ଟିଷ୍ଟସ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ଆଜିଠାରୁ ଖାରବେଳ ନଗରସ୍ଥିତ ରାଷ୍ଟ୍ରୀୟ ଲଳିତକଳା ଏକାଡେମିର ଆଞ୍ଚଳିକ କେନ୍ଦ୍ରଠାରେ ଆରମ୍ଭ ହୋଇଛି ‘ଲଲାଟ ମୋହନ ପଟ୍ଟନାୟକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ’। ଏଥିରେ ଶ୍ରୀ ପଟ୍ଟନାୟକଙ୍କ ୨୫୦ଟି ଚିତ୍ରକଳା, ଚିତ୍ରାଙ୍କନ ସହ ବସ୍ତ୍ରରେ ହସ୍ତନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରଦର୍ଶିତ ହେଉଛି। ୨୭ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ମଣିଷକୁ ପ୍ରକୃତି ଓ ନିଜ ସହ ଯୋଡ଼ି ହେବାର ଅନୁଭୂତି ଆଣି ଦେଉଛି। ଉଦ୍‌ଘାଟନୀ ଉତ୍ସବ ଅବସରରେ ଚିତ୍ରଶିଳ୍ପୀ ଦୁର୍ଗାପ୍ରସାଦ ଦାସ, ଗବେଷକ ଜଗନ୍ନାଥ ଦାସ, ଚିତ୍ରଶିଳ୍ପୀ ଶ୍ୟାମସୁନ୍ଦର ପଟ୍ଟନାୟକ, ଓଡ଼ିଶା ଲଳିତ କଳା ଏକାଡେମିର ପୂର୍ବତନ ସଭାପତି ଜଗଦୀଶ କାନୁନ୍‌ଗୋ ଓ ରାଷ୍ଟ୍ରୀୟ ଲଳିତ କଳା ଏକାଡେମିର ଆଞ୍ଚଳିକ ସଚିବ ରାମକୃଷ୍ଣ ବେଦଲା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଆର୍ଟିଷ୍ଟସ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସଭାପତି ଜନପ୍ରିୟ ଦେବତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବୃତ୍ତଚିତ୍ର ‘ଚାରୁ ଚିତ୍ରପଟ୍ଟ’ର ପୋଷ୍ଟର ମଧ୍ୟ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର