ଭୁବନେଶ୍ୱର : ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରି ଓ ଆର୍ଟ ଷ୍ଟୁଡିଓ ‘ଅଭିକ୍ଷା’ ଆଜି ଉଦ୍ଘାଟିତ ହୋଇଯାଇଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶିକାନ୍ତ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ଥିଲେ। ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ କହିଥିଲେ ଯେ ଏହି ଆର୍ଟ ଗ୍ୟାଲେରି ଓ ଷ୍ଟୁଡିଓ ରେଳବାଇ କର୍ମଚାରୀ, ସେମାନଙ୍କ ପିଲାଙ୍କର କଳାକୃତି ଦକ୍ଷତାକୁ ପ୍ରତିପାଦନ କରିବ। ରେଳବାଇ କର୍ମଚାରୀ ଓ ସେମାନଙ୍କ ପିଲାଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ସହ କେତେକ ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ତୈଳଚିତ୍ର, କଳାକୃତି ଏହି ଆର୍ଟ ଗ୍ୟାଲେରିରେ ସ୍ଥାନିତ କରାଯାଇଛି। ରାଷ୍ଟ୍ରୀୟସ୍ତରର ଚିତ୍ରଶିଳ୍ପୀ ପି. ଶ୍ୟାମସୁନ୍ଦର ଗିନିଜ ବୁକରେ ସ୍ଥାନ ପାଇଥିବା ମାଲ୍ଲ ଶିବା, ମିନିଏଚର ଆର୍ଟିଷ୍ଟ ବିବେକାନନ୍ଦ ନାୟକଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ଓ କାରୁକାର୍ଯ୍ୟ ଏହି ଆର୍ଟ ଗ୍ୟାଲେରି ଓ ଷ୍ଟୁଡିଓର ଶୋଭା ବୃଦ୍ଧି କରୁଛି। ଉପରୋକ୍ତ ସମସ୍ତ ଚିତ୍ରଶିଳ୍ପୀ ପୂର୍ବତଟ ରେଳପଥର କର୍ମଚାରୀ ଅଛନ୍ତି। ଆର୍ଟ ଷ୍ଟୁଡିଓରେ ଚିତ୍ରକଳା କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ପରବର୍ତୀ ସମୟରେ ଏହାକୁ ଗ୍ୟାଲେରିରେ ପ୍ରଦର୍ଶିତ କରାଯିବ। ମହାପ୍ରବନ୍ଧକ କହିଛନ୍ତି ଯେ ଭବିଷ୍ୟତରେ ଏଠାରେ ଚିତ୍ରକଳା ପ୍ରଦର୍ଶନୀ କରାଯାଇ ଯୁବ କଳାକାରଙ୍କର ଦକ୍ଷତାକୁ ପ୍ରତିପାଦନ କରାଯିବ। ଏହି ଅବସରରେ ରେଳସଦନଠାରେ ୱାଲ ମାଗାଜିନ ‘ଅତସୀ କୁସୁମ’ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି।
ପୂର୍ବତଟ ରେଳପଥରେ ଆର୍ଟ ଗ୍ୟାଲେରି ‘ଅଭିକ୍ଷା’ ଉଦ୍ଘାଟିତ
/sambad/media/post_attachments/wp-content/uploads/2020/08/ART-GALLERY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)