ଭୁବନେଶ୍ୱର: ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସର ଦଶମ ସଂସ୍କରଣ ଅବସରରେ ‘ଦୂରଦର୍ଶୀ’ ପକ୍ଷରୁ ଗୀତଗୋବିନ୍ଦ ସଦନ ଠାରେ ସମ୍ୱର୍ଦ୍ଧନା ଓ ଉପହାର ପ୍ରଦାନ ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କିଟ୍, କିମ୍ସ, କିସ୍ ଓ ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରି ଏହି ଉତ୍ସବ ଦିନେ ନିଶ୍ଚିତ ଜାତିସଂଘର ବିଶ୍ୱଦାନ ଦିବସ ରୂପେ ସ୍ଥାନ ପାଇବ ବୋଲି କହିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇ ଯେତିକି ଜରୁରୀ ସେତିକି ବ୍ୟବହାର କରିବା ସହିତ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତା କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଚିଦାତ୍ମିକା ଖଟୁଆ, ସ୍ୱପ୍ନା ପତି, ପ୍ରବୀଣ ଅଗ୍ରଵାଲ, ଡାକ୍ତର ଅଭିଜିତ୍ ପାଟ୍ଟଯୋଶୀ, ରୋଟାରି ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ସମାଜସେବୀ, ଵାର୍ଡ ଅଫିସର ପ୍ରମୁଖଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ଋଷି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ୟୁରୋ ଚିଫ୍ ପ୍ରସନ୍ନ ବିଶୋୟୀ ଧନ୍ୟବାଦ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp