ଭୁବନେଶ୍ୱର: ଝରଣାର କୁଳୁକୁଳୁ ନାଦ ସାଙ୍ଗକୁ ଚଢ଼େଇଙ୍କ କାକଳୀ। ପୁଣି ଶିରିଶିରି ପବନ ଗଛର ପତ୍ର ଫାଙ୍କ ଦେଇ ଅତିକ୍ରମ କରିବା ବେଳର ମିଠା ଝଙ୍କାର। ପ୍ରକୃତିର ଏହି ମିଠା ନିନାଦକୁ ରଙ୍ଗ ଓ ତୁଳୀର ସ୍ପର୍ଶରେ କାନ୍ଭାସ୍ ଉପରେ ଶୁଣେଇବାକୁ ପ୍ରୟାସ କରିଥିଲା ‘ଚାନ୍ଦିନୀ ରିଦିମ୍ ଅଫ୍ କଲର୍ସ’। ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରରେ ଚିତ୍ରଶିଳ୍ପୀ ଚାନ୍ଦିନୀ ମହାନ୍ତିଙ୍କ ଏହି ଏକକ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ୪୨ଟି ତୈଳଚିତ୍ର। ଶିଳ୍ପୀ ଚିନ୍ତାମଣି ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ସେ ଚିତ୍ରରେ ଚିତ୍ରରେ କାନ୍ଭାସ୍ ଉପରେ ଆଙ୍କି ଦେଇଥିବା ସାଂଗୀତିକ ପରିଭାଷା ଦେଖେଣାହାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଚିତ୍ରଗୁରୁ ଲଲାଟମୋହନ ପଟ୍ଟନାୟକ, ଓଡ଼ିଶା ଲଳିତ କଳା ଏକାଡେମିର ସଚିବ ମାନସ ଜେନା, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ବି-ଟେକ୍ ଶିକ୍ଷା ସମାପ୍ତି ପରେ ସେ ଚିତ୍ରକଳା ଓ ସଂଗୀତକୁ ନେଇ ପରୀକ୍ଷାନୀରିକ୍ଷା କରୁଥିବା ବେଳେ ତାଙ୍କର ଏହି ଏକକ ସୃଜନୀ ପ୍ରଦର୍ଶନୀକୁ ଚିତ୍ର ସମୀକ୍ଷକ ପ୍ରଶଂସା କରିଥିଲେ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଶିଳ୍ପୀ ଚିନ୍ତାମଣି ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ମିତା ମହାନ୍ତି ଓ ରଘୁନାଥ ମହାନ୍ତି ଉପସ୍ଥିତ ଥିଲେ।
ଚାନ୍ଦିନୀ ରିଦିମ୍ ଅଫ୍ କଲର୍ସ ପ୍ରଦର୍ଶନୀ
ଚିତ୍ରରେ ରିଦିମ୍
/sambad/media/post_attachments/wp-content/uploads/2018/02/m12-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)