କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଦାତବ୍ୟ ଶିବିର

ଭୁବନେଶ୍ୱର: ସେଭେକ୍ସ ଟେକ୍ନୋଲୋଜି ଓ ଫ୍ରିଡମ୍ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଏକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଦାତ୍ୟବ ଶିବିର ରାମକୃଷ୍ଣ ମିସନ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସେଭେକ୍ସର ପ୍ରତିଷ୍ଠାତା ଅନିଲ ଜଗାସିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟାନ୍ୟ ଅତିଥି ଭାବେ ସେଭେକ୍ସର ନିର୍ଦ୍ଦେଶିକା ଅନୁ ଜଗାସିଆ, ସେଭେକ୍ସ ଟେକ୍ନୋଲୋଜି ଭୁବନେଶ୍ୱର ଶାଖା ଡିଜିଏମ ସୁଜିତ୍ ଦାସ, ଉପସଭାପତି ଲତା ଜୋଶୀ, ଫ୍ରି ଟ୍ରଷ୍ଟର ପ୍ରତିଷ୍ଠାତା ଡକ୍ଟର ସୁନ୍ଦର, ରାମକୃଷ୍ଣ ମଠର ମୁଖ୍ୟ ଆତ୍ମା ପ୍ରଭାନନ୍ଦ ମହାରାଜଜୀ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ୧୧୦ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରଯାଇଥିଲା।

ସମ୍ବନ୍ଧିତ ଖବର