ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମି, ରାଜ୍ୟ ସଂସ୍କୃତି ବିଭାଗ ଓ ସ୍କୁଲ୍‌ ଅଫ୍‌ ପୋଗ୍ରେସିଭ୍‌ ଆର୍ଟ ଆଣ୍ଡ କ୍ରାଫ୍ଟସ ପକ୍ଷରୁ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ରାଉତରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିକେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଲେଖ ଚରଣ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ରମେଶ ଦାସ, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଅଧ୍ୟାପିକା ବନଜା ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏକାଡେମି ସଭାପତି ରଘୁନାଥ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସଚିବ ତାରାକାନ୍ତ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସ୍କୁଲ୍‌ ଅଫ୍‌ ପୋଗ୍ରେସିଭ୍‌ ଆର୍ଟ ଆଣ୍ଡ କ୍ରାଫ୍ଟସର ବିକାଶ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।