ପାର୍ବଣ ପ୍ରଦୂଷଣ ରୋକିବା ପାଇଁ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର: ପାର୍ବଣ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଜୟଦେବ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ଜଣ ଚିତ୍ରଶିଳ୍ପୀ ଯୋଗ ଦେଇଥିବା ବେଳେ ରାଜ୍ୟର ୨୦ଟି ଜିଲ୍ଲାରୁ ୨୦୦ ଛାତ୍ରଛାତ୍ରୀ ଚିତ୍ରାଙ୍କନରେ ଭାଗ ନେଇଥିଲେ। ଏଥିରେ ଭୁବନେଶ୍ବର ଭେଙ୍କଟେଶ୍ବର ସ୍କୁଲର ପ୍ରଶାନ୍ତ ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିକେ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହାରଥା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଯୁବଶିକ୍ଷାବିତ ସାହେବ ପତି, ପ୍ରେରଣାର ସଂଯୋଜକ ମନୋରଞ୍ଜନ ବାରିକ, ବର୍ଷା ଫାଉଣ୍ଡେସନର ସଭାପତି ବର୍ଷା ପୃଷ୍ଟି, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରସନ୍ନ ଉପାଧ୍ୟାୟ, ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର