ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ କଲଚର୍ (ଇଏଫ୍ଏସି) ପକ୍ଷରୁ ଚଳିତ ବର୍ଷ ସୃଜନ ସମ୍ମାନ-୨୦୨୧ ପାଇଁ ପ୍ରଖ୍ୟାତ ଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ନାମ ଘୋଷଣା ହୋଇଛି। କଳା ଜଗତକୁ ଶ୍ରୀ ସାମଲଙ୍କ ଅତୁଲ୍ୟ ଅବଦାନ ତଥା ନୂତନ ଶିଳ୍ପୀମାନଙ୍କ ମାର୍ଗଦର୍ଶକ ଭାବେ କାମ କରୁଥିବାରୁ ତାଙ୍କୁ ଏହି ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଁ ଚୟନ କରାଯାଇଛି।
ଅପରପକ୍ଷେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଇଏଫ୍ଏସି ପକ୍ଷରୁ ଆର୍ଟ ଇଭେଣ୍ଟ-୨୧ ପାଇଁ ଅନ୍ତର୍ଜାତୀୟ ଅନ୍ଲାଇନ୍ ଆର୍ଟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବରିଷ୍ଠ ଓ ଛାତ୍ର କଳାକାର ଭଳି ଦୁଇଟି ବର୍ଗରେ ଚିତ୍ର, ଭାସ୍କର୍ଯ୍ୟ, ମୁଦ୍ରଣ କଳା ଓ ରେଖା ଚିତ୍ର ଭଳି ମାଧ୍ୟମର କଳାକୃତି ପ୍ରତିଯୋଗିତା ପାଇଁ ଆହ୍ୱାନ କରାଯାଇଥିଲା। ସଂସ୍ଥାର ସମ୍ପାଦକ ମନୋଜ କୁମାର ଷଣ୍ଢଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ବରିଷ୍ଠ କଳାକାର ବିଭାଗରେ ୧୪ଟି ଓ ଛାତ୍ର କଳାକାର ବିଭାଗରେ ୧୩ଟି କଳାକୃତିକୁ ଚୟନ କରିଛନ୍ତି।
ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କିଶୋର ଦାସ ଓ ଅନ୍ୟ ସଦସ୍ୟ ୟଥି କାସରଗଡ଼, କେଶବ ବର୍ଣ୍ଣଟି, ଟିକମ ଖାଂଡପ୍ପା, ଦିଲୀପ ମଲିକ, ନୃସିଂହ ଚରଣ ଓଝା, କିଶୋର ନାୟକ, ସଂଗୀତ ସାମନ୍ତରାୟ ପ୍ରମୁଖ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ। ଆସନ୍ତା ୩୦ ତାରିଖ ସକାଳ ୧୦ଟାରେ ଗୁଗୁଲ-ମିଟ୍ ଜରିଆରେ ପୁରସ୍କାର ବିତରଣ ଓ ଶିଳ୍ପୀ ସମ୍ବର୍ଧନା ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/f56h4s65fh456s4f56hfshhhhhhhhhhhhhhhhhhhhhh.jpg)