ଓଡ଼ିଶାର କଳାଜଗତ ପାଇଁ ଶିବ ପାଣିଗ୍ରାହୀ ଓ ନିରଞ୍ଜନ ଦାସଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ

ଭୁବନେଶ୍ବର :  ଶିବ ପାଣିଗ୍ରାହୀ ଓ ନିରଞ୍ଜନ ଦାସ ଥିଲେ ପୁରାତନ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବ । ନିଜର ସାଧନା ବଳରେ ଶିବ ପାଣିଗ୍ରାହୀ ଓଡ଼ିଶାର ଆଧୁନିକ ଚିତ୍ରକଳାର ପ୍ରସାର କରିଥିଲେ । ଶିଳ୍ପୀ ନିରଞ୍ଜନ ଦାସ ଜଣେ କର୍ତ୍ତବ୍ୟନିଷ୍ଠ କଳାଶିକ୍ଷକ ଭାବେ ଅନେକ ଛାତ୍ରଛାତ୍ରୀଙ୍କୁ ତୃଣମୂଳସ୍ତରରୁ ଚିତ୍ରକଳା ପ୍ରତି ଆକୃଷ୍ଠ କରିପାରିଥିଲେ । ଜଣେ କଳାସଂଗଠକ ଭାବେ ମଧ୍ୟ ସେ ସୁପରିଚିତ ଥିଲେ । ରାଜ୍ୟର ଚାରୁ ଓ କାରୁକଳା ପାଇଁ ଏମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ ବୋଲି ଉଭୟ ଚିତ୍ରଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ଖଲିକୋଟିଆନ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ନୂଆଦିଲ୍ଲୀ)ର ନିର୍ଦ୍ଦେଶକ ଅଦ୍ବୈତ ପ୍ରସାଦ ଗଡ଼ନାୟକ, ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଅେଖ ଚରଣ ସାହୁ, ବଳଦେବ ମହାରଥା, ସରକାରୀ କଳା ମହାବିଦ୍ୟାଳୟ (ଖଲ୍ଲିକୋଟ)ର ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, କଳାୟତନ କଳା ମହାବିଦ୍ୟାଳୟ (ସୁନ୍ଦରଗଡ଼)ର ଅଧ୍ୟକ୍ଷ ଶୀତଳ କୁମାର ମହାପାତ୍ର ଓ କଟକର ଶିଳ୍ପୀ ପ୍ରଣବ ଅଖଣ୍ଡ ପ୍ରମୁଖ ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ । ସ୍ମୃତିସଭାରେ ଅଧ୍ୟକ୍ଷତା କରିଥିଲେ ଡ. ଅଲେଖ ଚରଣ ସାହୁ ଓ ସଂଯୋଜନା କରିଥିଲେ ରେବତୀକାନ୍ତ ମହାରଣା । ଶିଳ୍ପୀ ଗୌରାଙ୍ଗ ବାରିକ ଧନ୍ୟବାଦ ଦେଇଥିଲେ । ଏଥିରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର