ପୂର୍ଣ୍ଣ ଶିକ୍ଷକ ଦାବିରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର : ପୂର୍ଣ୍ଣ ଶିକ୍ଷକର ମାନ୍ୟତା ସହିତ ୩ ଦଫା ଦାବି ନେଇ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ। ମହାସଂଘର ଆବାହକ ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ କଳା ଓ କ୍ରୀଡ଼ା ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଗର୍ଜିଛନ୍ତି।

ମହାସଂଘର ଦାବି ମଧ୍ୟରେ ରହିଛି, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସର୍ବଶିକ୍ଷା ଅଭିଯାନ ଯୋଜନାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ ଇନ୍‌ଷ୍ଟ୍ରକ୍ଟରଙ୍କୁ ପୂର୍ଣ୍ଣ ଶିକ୍ଷକର ମାନ୍ୟତା ଦିଆଯାଉ। ଏହାସହ ଚାକିରି ସର୍ତାବଳୀ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସଂଗୀତ, ଚିତ୍ରକଳା ଓ କ୍ରୀଡ଼ା ଶିକ୍ଷଶ ପାଇଁ ପାଠ୍ୟ ଖସଡ଼ା ପ୍ରସ୍ତୁତ ଓ ଅଣ ତାଲିମପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି।

ବିକ୍ଷୋଭରେ ଚନ୍ଦ୍ର ଶେଖର ପାଢ଼ୀ, ଶଙ୍କର ପ୍ରସାଦ ମହାପାତ୍ର, ରଶ୍ମିରଂଜନ ସାହାଣୀ, ଆରତି ପ୍ରଭାଗ, ଜଗଜ୍ଜୀବନ ନାୟକ ଓ ଦିବ୍ୟସଂହ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର