୨୧ ହିରୋ ତାଲିକାରେ ଅରୁଣ ବୋଥ୍ରା

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ବରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ସ୍ଥିତି ଉପୁଜିଥିବାବେଳେ ତତ୍କାଳୀନ ପରିବହନ ବ୍ୟବସ୍ଥାକୁ ଯେଉଁମାନେ ନୂଆ ରୂପ ଦେଇଥିଲେ, ସେମାନଙ୍କୁ ୨୦୨୧ର ୨୧ହିରୋ ସମ୍ମାନ ଦେଇଛି ବିଶ୍ବସ୍ତରୀୟ ସଂଗଠନ ଟ୍ରାନ୍ସଫରମେଟିଭ୍ ଅର୍ବାନ୍ ମୋବିଲିଟି ଇନିସିଏଟିଭ୍ (ଟୁମି)। ଏହି ତାଲିକାରେ ସାରା ବିଶ୍ବରୁ ୨୧ଜଣ ଅଧିକାରୀ ଥିବାବେଳେ ଭାରତରୁ ୨ଜଣ ଅଛନ୍ତି। ସେମାନେ ହେଲେ ଓଏସ୍‌ଆରଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଏବଂ କୋଚିର ପୂର୍ବତନ ମେୟର ସୌମିନି ଜୈନ।

କରୋନା ସଂକ୍ରମଣ ସମୟରେ ଶ୍ରୀ ବୋଥ୍ରାଙ୍କ ନେତୃତ୍ବରେ ବହୁତ ସଚେତନତାମୂଳକ ପଦକ୍ଷେପ ନିଆଯାଇଥିଲା। ମୋ ବସ୍‌ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାତାୟାତ କରିବା, ବସ୍‌କୁ ନିୟମିତ ବ୍ୟବଧାନରେ ବିଶୋଧନ କରିବା, ବିନା ମାସ୍କରେ ଯାତ୍ରୀଙ୍କୁ ନ ଉଠାଇବା, ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା, ଟିକେଟ୍‌ ପାଇଁ ଡି‌ଜିଟାଲ ପେମେଣ୍ଟ ବ୍ୟବସ୍ଥା କରିବା ଭଳି ତାଙ୍କ ନୂତନ ପଦ‌େକ୍ଷପ ନିଆରା ଥିଲା। କେବଳ ସେତିକି ନୁହେଁ, ଗାଡ଼ି ଚଳାଚଳ କରୁନଥିବାବେଳେ ୧୨୦୦ରୁ ଅଧିକ ଡ୍ରାଇଭର ଓ କଣ୍ଡକରଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ମଧ୍ୟ ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପଦକ୍ଷେପ ଥିଲା। ଯେଉଁଥିପାଇଁ ‘ଉତ୍ତମ ଭବିଷ୍ୟତ ପାଇଁ ସ୍ଥାୟୀ ଗତିଶୀଳତା’ ଉପରେ କାର୍ଯ୍ୟ କରୁଥିବା ଟୁମି ସଂସ୍ଥା ଅରୁଣ ବୋଥ୍ରାଙ୍କୁ ୨୦୨୧ର ୨୧ ହିରୋ ତାଲିକାରେ ସ୍ଥାନ ଦେଇଛି।

ସମ୍ବନ୍ଧିତ ଖବର