ବାଲିଅନ୍ତା: ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ରଣପୁର ପୋଖରୀ (ଗୁଡ଼ିଆପୋଖରୀ) ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିବା ପରେ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଚେତା ପଶିଛି। ବର୍ଷ ବର୍ଷ ଧରି କଲିକତି ଦଳ ଓ ଅନାବନା ଗଛ ଲତାରେ ଭର୍ତି ହୋଇପଡ଼ିଥିବା ଉକ୍ତ ପୋଖରୀ ରୋଗ ବାହକ ସାଜିଥିଲା। ଗ୍ରାମର ଅନେକ ଲୋକ ମ୍ୟାଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକଣା ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ଓ ୱାର୍ଡ ସଭ୍ୟା ପ୍ରେମଲତା ଭୋଇ ଆଜି ଅପରାହ୍ନରେ ଗ୍ରାମରେ ପହଞ୍ଚି ଉକ୍ତ ପୋଖରୀର ପୁନରୁଦ୍ଧାର ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏନେଇ ବରୁଣେଇ କ୍ଲବ ସଭା କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୋଖରୀରୁ ଦଳ, ଅନାବନା ଗଛଲତା ସଫା ସହିତ ଜଳ ନିଷ୍କାସନ ଓ ପଙ୍କୋଦ୍ଧାର କରିବା କାର୍ଯ୍ୟରେ ସମସ୍ତ ଗ୍ରାମବାସୀ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ମହିଳା ମଣ୍ଡଳ ପୋଖରୀ ନିଲାମ ନେଇ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ସ୍ଥିର ହୋଇଥିଲା। ବୈଠକରେ ଦିବାକର ସେନାପତି, ଈଶ୍ବର ବେହେରା, ବିନୋଦ ପରିଡ଼ା, ପ୍ରଦୀପ ମହାନ୍ତି ଓ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଜୟଦେବ ପ୍ରେସ୍ ଫୋରମର ସଭାପତି ନିରଞ୍ଜନ ସେନାପତି ଧନ୍ୟବାଦ ଦେଇଥିଲେ।
ରୋଗ ବ୍ୟାପିବା ପରେ ଚେତା ପଶିଲା, ପୁନରୁଦ୍ଧାର ହେବ ପଞ୍ଚାୟତ ପୋଖରୀ
/sambad/media/post_attachments/wp-content/uploads/2020/11/gjdg7j9d7gj98jdjdgdjgdgjdgjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)