ଏଏସ୍‌ବିଏମ୍‌ରେ ମହିଳା ଉଦ୍‌ଯୋଗ କର୍ମଶାଳା

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ (ଏଏସ୍‌ବିଏମ୍‌)ଠାରେ ‘ମହିଳା ଉଦ୍‌ଯୋଗ କର୍ମଶାଳା-୨୦୧୮’ ଆୟୋଜିତ ହୋଇଯାଇଛି। ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର୍‌ ପଟ୍ଟନାୟକ ଏହି କର୍ମଶାଳାକୁୁ ଉଦ୍‌ଘାଟନ କରି କହିଥିଲେ ଯେ, ଜଣେ ମହିଳା ଉଦ୍ୟୋଗୀ ନିଜର ବ୍ୟକ୍ତିଗତ ଓ ପେସାଦାର ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦରକାର। ସଫଳ ମହିଳା ଉଦ୍ୟୋଗୀ ହେବା ପାଇଁ ଜ୍ଞାନ, ପ୍ରଚେଷ୍ଟା ଓ ଅନୁରକ୍ତିର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଲିସାସ୍‌ ଆଇ.ଏସ୍‌.ଏସ୍‌ ପ୍ରତିଷ୍ଠାତ୍ରୀ ନିର୍ଦ୍ଦେଶିକା ଲିନୁ ଚୟାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ମିଟୁସ୍‌ ମ୍ୟୁଜିକ୍‌ ଓ ହେଲ୍‌ଥ୍‌ କ୍ଲବ୍‌ର ପ୍ରତିଷ୍ଠାତ୍ରୀ ସୁସ୍ମିତା ଦାଶ ଉପସ୍ଥିତ ଥିଲେ। ଏଏସ୍‌ବିଏମ୍‌ର ପ୍ରତିଷ୍ଠାତା ବିଶ୍ୱଜିତ ପଟ୍ଟନାୟକ ସଭାରେ ସଭାପତିତ୍ୱ କରିଥିଲେ। କର୍ମଶାଳାରେ ବିଭିନ୍ନ ମହାବିଦ୍ୟାଳୟରୁ ୨୦୦ରୁ ଊର୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ନିରାକାର ମିଶ୍ର ଓ ଡିଡି ବାୟୋ-ସଲ୍ୟୁସନ୍‌ ଟେକ୍ନୋଲୋଜିର ସିଇଓ ଦେବଶ୍ରୀ ପାଢ଼ୀ ଯୋଗ ଦେଇଥିଲେ। ପ୍ରକାଶ ଦାସ କର୍ମଶାଳାର ସଂଯୋଜନା କରିଥିଲେ। ସ୍ୱସ୍ତି ଶୁଭଶ୍ୱେତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର