ଏଏସ୍‌ବିଏମ୍‌ର ଇଗ୍‌ନାଇଟ୍‌-୨୦୧୮ ଉଦ୍‌ଯାପିତ

ଭୁବନେଶ୍ବର : ଚନ୍ଦକାସ୍ଥିତ ଏଏସ୍‌ବିଏମ୍‌(ଏସିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ) ପରିସରରେ ଦୁଇଦିନ ଧରି ଆୟୋଜିତ ନାସନାଲ ଟ୍ୟାଲେଣ୍ଟ ହଣ୍ଟ ଫେଷ୍ଟିଭାଲ୍‌ ଇଗ୍‌ନାଇଟ୍‌-୨୦୧୮ ଉଦ୍‌ଯାପିତ ହୋଇଛି। ଏହି ଜାତୀୟସ୍ତରର କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍‌ କାର୍ନିଭାଲ ସହ ଭଏସ୍‌ ଇଗ୍‌ନାଇଟ୍‌, ରଙ୍ଗୋଲି, ଟ୍ରେଡ୍‌ ୱାର, କର୍ପୋରେଟ୍‌ଚାଣକ୍ୟ, ଏକ୍ସଟେମ୍ପର, ଟି-ସାର୍ଟ ପେଣ୍ଟିଙ୍ଗ୍‌, ମାର୍କଫେଷ୍ଟ ଫଟୋଗ୍ରାଫି, ଫେସନ ସୋ’, ବିଜିନେସ୍‌ କୁଇଜ୍‌, ଗ୍ରାଫିଟି, ଡ୍ୟାଞ୍ଜା ଇତ୍ୟାଦି ରହିଥିଲା। ଏଥିରେ ଏକ ଘରୋଇ ଚ୍ୟାନେଲ୍‌(କଲର୍ସ) ଷ୍ଟାର୍‌ ଶଶାଙ୍କ ଶେଖର ସଙ୍ଗୀତ ପରିବେଷଣ କରିଛନ୍ତି।

ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ପାଟ୍ଟଶାଣୀ ଉଦ୍‌ଘାଟନ କରିବା ଅବସରରେ ଅନୁଷ୍ଠାନର ଏଭଳି ଏକ ପ୍ରୟାସକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ନିରନ୍ତର ନୂତନ ଚିନ୍ତାଧାରା ବିକାଶର ମାଧ୍ୟମ ବୋଲି କହିଥିଲେ। ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ବ୍ରିଗେଡିୟର ଲକ୍ଷ୍ମୀ ଚରଣ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ପରିଚାଳନା ନିର୍ଦ୍ଦେଶକ(କମ୍ପ୍ୟୁଟର ଲ୍ୟାବ୍‌) ସନ୍ତୋଷ ସାହୁ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ। ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ‌ଯୋଗ ଦେଇଥିବା ଓରିକ୍ଲିନ୍‌ର ପରିଚାଳନା ନିର୍ଦ୍ଦେଶକ ବି.ସି.ମହାନ୍ତିଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ଓ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଶିକ୍ଷୟିତ୍ରୀ ନିହାରିକା ଗନ୍ତାୟତଙ୍କୁ ଟିଚିଙ୍ଗ୍‌ ଏକ୍ସିଲେନ୍ସ ସମ୍ମାନ ପ୍ରଦାନ କରାଯାଇଛି। ଉଭୟ ସମାରୋହରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଫେସର ଡ. ବିଶ୍ବଜିତ ପଟ୍ଟନାୟକ ବିଷୟଗତ ଜ୍ଞାନକୁ ବ୍ୟବହାରରେ ଲଗାଇବା ପାଇଁ ଛାତ୍ରଛାତ୍ରୀ ଉଦ୍ୟମ କରିବା ଜରୁରୀ ବୋଲି କହିଥିଲେ। ଡ. ହେମନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଗ୍‌ନାଇଟ୍‌ ସଂଯୋଜକ ବିସ୍ମୟ କୁନାଲ ପଟ୍ଟନା୍ରକ ଓ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର