ଏଏସ୍‌ବିଏମ୍‌ର ‘ଷ୍ଟାର୍ଟଅପ୍‌’ କାର୍ଣ୍ଣିଭାଲ୍‌ ଓ ‘ଇଗ୍‌ନାଇଟ୍‌-୨୦୧୭’

ଭୁବନେଶ୍ୱର : ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ୍‌(ଏଏସ୍‌ବିଏମ୍‌)ର ଜାତୀୟ ପ୍ରତିଭା ଅନେ୍ଵଷଣ ପର୍ବ ‘ଷ୍ଟାର୍ଟଅପ୍‌’ କାର୍ଣ୍ଣିଭାଲ୍‌ ଓ ‘ଇଗ୍‌ନାଇଟ୍‌-୨୦୧୭’ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ତୋଷାଳି ସ୍ୟାଣ୍ଡସ୍‌ ନିର୍ଦ୍ଦେଶକ ହରିହର ପାତ୍ର ଉପସ୍ଥିତ ଥିଲେ। ଏଏସ୍‌ବିଏମ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବିଶ୍ୱଜିତ ପଟ୍ଟନାୟକ ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ କର୍ପୋରେଟ୍‌ ଚାଣକ୍ୟ, ବିଜିନେସ୍‌ କ୍ୱିଜ୍‌, ଗ୍ରାଫିଟି, ଭଏସ୍‌ ଅଫ୍‌ ଇଗ୍‌ନାଇଟ୍‌, ଇଂରାଜୀ ବିତର୍କ, ଟି-ସାର୍ଟ ପେଣ୍ଟିଂ, ଓ୍ଵାର୍‌ ଅଫ୍‌ ବ୍ୟାଣ୍ଡସ୍‌, ରଙ୍ଗୋଲି, ଫ୍ୟାସନ୍‌ ସୋ’ ଆଦି ବହୁ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଭିନ୍ନ କଲେଜରୁ ଏଥିରେ ପ୍ରାୟ ୩୦୦ରୁ ଊର୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଗତକାଲି ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନ୍ତୋଷ କୁମାର ସାହୁ ଓ ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅବଦୁଲ୍‌ ରସିଦ୍‌, ଅଙ୍କିତା ପରିଡ଼ା, ବିସ୍ମୟ କୁନାଲ୍‌ ଓ ଅରୁଣିମା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର