ଏଏସ୍‌ଜି ଆଇ ହସ୍ପିଟାଲର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ବର: ଏଏସ୍‌ଜି ଆଇ ହସ୍ପିଟାଲ୍ ପକ୍ଷରୁ ରାମ ମନ୍ଦିର ଛକଠାରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଦୀପାବଳି ଅବସରରେ କେବଳ ନିଜ ଘରକୁ ନୁହେଁ ଆମ ସହରକୁ ବି ସଫା କରିବା ବାର୍ତ୍ତା ନେଇ ଉକ୍ତ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ ଓ ଅଲମ୍ପିଆନ ଦୂତି ଚାନ୍ଦ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଭିଯାନକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ୟୁ-ଟ୍ୟୁବର୍ ରାଜୁ ଦାସ, ମୋଟିଭେସନାଲ ସ୍ପିକର୍ ସ୍ବାଗତିକା ଆଚାର୍ଯ୍ୟ ଓ ଫୁଡ୍ ଫାଇଣ୍ଡୋର ପ୍ରତିଷ୍ଠାତା ରୋହିତ ଶ୍ରୀବାସ୍ତବ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏଏସ୍‌ଜି ଆଇ ହସ୍ପିଟାଲ୍‌ର ମେଡିକାଲ୍ ଡାଇରେକ୍ଟର ଡାକ୍ତର ବିଘ୍ନରାଜ ପାଲ୍, ସେଣ୍ଟର ମ୍ୟାନେଜର ବିଶ୍ବଜିତ ମିଶ୍ର, ମାର୍କେଟିଂ ମ୍ୟାନେଜର ଅରବିନ୍ଦ ଜେନା, ମେଡିକାଲ୍ ରେଟିନା କନସଲଟାଣ୍ଟ ଡାକ୍ତର ଗାୟତ୍ରୀ କାନୁନଗୋ ଓ ରେଟିନା ସର୍ଜନ ଡାକ୍ତର ସୌରଭ ପ୍ରସାଦ ବେହେରାଙ୍କ ସମେତ ହସ୍ପିଟାଲର ସମସ୍ତ କର୍ମଚାରୀ ଓ ସହଯୋଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର