ଏସିଜି ‘ପ୍ରେସିଡେନ୍‌ସିଆଲ‌ ପୋଷ୍ଟର ପୁରସ୍କାର’ ପାଇଁ ଆଶୁତୋଷଙ୍କ ଗବେଷଣା ସନ୍ଦର୍ଭ ମନୋନୀତ

ଭୁବନେଶ୍ବର: ଆଶୁତୋଷ ମହାପାତ୍ରଙ୍କ ଗବେଷଣା ସନ୍ଦର୍ଭ ଆମେରିକାନ୍ କଲେଜ ଅଫ ଗ୍ୟାଷ୍ଟ୍ରୋଏ‌‌େଣ୍ଟ୍ରାଲୋଜି ଦ୍ବାରା ହେଉଥିବା ‘ପ୍ରେସିଡେନ୍‌ସିଆଲ ପୋଷ୍ଟର ପୁରସ୍କାର’ ପାଇଁ ମନୋନୀତ ହୋଇଛି। ଆମେରିକାର ଫିଲାଡେଲ୍‌ଫିଆସ୍ଥିତ ପେନସିଲଭାନିଆ କନଭେନସନ ସେଣ୍ଟରରେ ଚଳିତମାସ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ବିଜ୍ଞାନ ଏସିଭି ବୈଠକରେ ଶ୍ରୀ ମହାପାତ୍ର ନିଜର ଗବେଷଣା ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। ତାଙ୍କର ଗବେଷଣା ସନ୍ଦର୍ଭ ହେଉଛି ‘ଏ ପ୍ରସ୍ପେକ୍‌ଟିଭ ଇଭାଲ୍ୟୁସନ୍ ଅଫ ଆଇସୋଲେଟଡ୍ ଟର୍ମିନାଲ ଲିଅଲ ଲେସନ୍‌ସ ଇ ସିମ୍ପଟୋମେଟିକ୍ ପେସେଣ୍ଟ୍‌ସ୍: ନାଚୁରାଲ ହିଷ୍ଟ୍ରି ଏବଂ କ୍ଲିନିକାଲ ସିଗ୍ନିଫିକାନ୍‌ସ’। ପ୍ରତିବର୍ଷ ୫ପ୍ରତିଶତରୁ କମ୍ ଗବେଷଣା ସନ୍ଦର୍ଭ ଏସିଭିରେ ଉପସ୍ଥାପନ ପାଇଁ ଚୟନ କରାଯାଇଥାଏ। ପୁରସ୍କାରରେ କୌଣସି ପ୍ରକାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇ ନ ଥାଏ। ପୋଷ୍ଟର ଏକ ନୀଳ ରଂଗର ରିବନ୍ ଲଗାଯାଇଥାଏ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର