ଭୁବନେଶ୍ବର: ବିଶ୍ବ ପରିବେଶ ଦିବସରେ ଭୁବନେଶ୍ବର ଏବଂ କଟକ ସହରରେ ସାମଗ୍ରିକ ବର୍ଜ୍ୟବସ୍ତୁ ପରିଚାଳନାରେ ରହିଥିବା ବିଭିନ୍ନ ସମସ୍ୟାର ଏକ ସ୍ଥାୟୀ ସମାଧାନ ଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ଏହି ପରିସରରେ କାର୍ଯ୍ୟ କରୁଥିବା ‘ଅସୀମା ବାୟୋଆର୍ଥ’ ଓ ‘ରିସାଇକ୍ଲ୍’ ଏ ଦିଗରେ ମିଳିତ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହି ଦୁଇ ସଂସ୍ଥା ମିଳିତ ଭାବେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ପାରିବେଶିକସ୍ବଚ୍ଛତା ବଜାୟ ରଖିବା ଲାଗି କାର୍ଯ୍ୟ କରିବେ ବୋଲି କହିଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରଯୁକ୍ତିଭିତ୍ତିକ ସମାଧାନ ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରୁଛି ରିସାଇକଲ୍। ଏହା ୩୦ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସଫଳତାର ସହ କାର୍ଯ୍ୟ କରିଛି। ବାର୍ଷିକ ୧୦,୦୦୦ ଟନ୍ ବର୍ଜ୍ୟ ପରିଚାଳନାରୁ କାର୍ଯ୍ୟ ଆରମ୍ଭ କରିଥିବା ରିସାଇକଲ୍ ଏହାର କ୍ଷମତାକୁ ୨୦୨୧ ସୁଦ୍ଧା ୨୦୦,୦୦୦ ଟନକୁ ବୃଦ୍ଧି କରିଛି। ସେହିପରି ବର୍ଜ୍ୟବସ୍ତୁ ପରିଚାଳନାକୁ ପ୍ରଭାବଶାଳୀ କରିବା ଏବଂ ବୃତ୍ତାକାର ଅର୍ଥନୀତିରେ ସହଯୋଗ କରିବାର ଉଦ୍ଦେଶ୍ୟରେ ସହିତ ଆସୀମା ବାୟୋଆର୍ଥ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଏବଂ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ ସହିତ ଶୁଷ୍କ ବର୍ଜ୍ୟବସ୍ତୁ ପରିଚାଳନା କରୁଛି |
ଏହି ମିଳିତ ପ୍ରୟାସରେ ଭୁବନେଶ୍ୱର ଏବଂ କଟକ ବାସିନ୍ଦାଙ୍କୁ ସାମିଲ କରି ସେମାନଙ୍କ ମଧ୍ୟରେ ବର୍ଜ୍ୟ ପରିଚାଳନା ନେଇ ଆଚରଣଗତ ପରିବର୍ତ୍ତନ ଓ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି |
ବର୍ଜ୍ୟ ପରିଚାଳନା ଏବଂ ଜୈବିକ ସନ୍ତୁଳନ ରକ୍ଷା କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ‘ଅସୀମାବାୟୋଆର୍ଥ’ ଓ ‘ରିସାଇକ୍ଲ୍’ ଶୁଷ୍କ ବର୍ଜ୍ୟ ପଦାର୍ଥ ପରିଚାଳନା ନିମନ୍ତେ ସଫଳତାର ସହ ଏକ ସୁଦୃଢ଼ ବ୍ୟବସ୍ଥା କରିଛନ୍ତି। ଏହି ସାମଗ୍ରିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାରର ବର୍ଜ୍ୟ ସାମଗ୍ରୀ ସଂଗ୍ରହ, ପୃଥକୀକରଣ, ପ୍ରକ୍ରିୟାକରଣ କରାଯିବ ଏବଂ ପରେ ଏହାକୁ ପୁନଃବ୍ୟବହାରକ୍ଷମ ମଧ୍ୟ କରାଯିବ ବୋଲି ଦୁଇ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ବଳର ସର୍ବାଧିକ ବିନିଯୋଗ କରି ବର୍ଜ୍ୟ ପଦାର୍ଥ ସୃଷ୍ଟି ହ୍ରାସ କରିବା ସହିତ ବର୍ଜ୍ୟ ପଦାର୍ଥ ନଷ୍ଟ କରିବା ସମୟରେ ପରିବେଶ ଉପରେ ଏହାର କୁପ୍ରଭାବ ହ୍ରାସ ଦିଗରେ ଦୃଷ୍ଟି ଦେବାକୁ ମଧ୍ୟ ଉଭୟ ପ୍ରତିଷ୍ଠାନ ପ୍ରତିବଦ୍ଧ।
ନୂଆ ଉପାୟ କରିବା ସହିତ ଭୁବନେଶ୍ବର ଓ କଟକବାସୀଙ୍କ ଚଳଣିରେ ପରିବର୍ତ୍ତନ ଆଣି ବର୍ଜ୍ୟ ସାମଗ୍ରୀ ପରିଚାଳନା ବ୍ୟବସ୍ଥାରେ ପରିବର୍ତ୍ତନ ଘଟାଇବା ଏହି ମିଳିତ ଉଦ୍ୟମର ଉଦ୍ଦେଶ୍ୟ। ଆଗକୁ ଭୁବନେଶ୍ବର ଓ କଟକକୁ ସବୁଜିମାମୟ ଓ ପରିଚ୍ଛନ ରଖିବା ହେଉଛି ଉଭୟ ସଂଗଠନର ଲକ୍ଷ୍ୟ।
ସ୍ଥାୟୀ ଓ ପରିବେଶ ଅନୁକୂଳ ଭବିଷ୍ୟତ ସୃଷ୍ଟି ନିମନ୍ତେ ‘ଅସୀମାବାୟୋଆର୍ଥ’ ଓ ‘ରିସାଇକ୍ଲ୍’ଙ୍କର ଏହି ମିଳିତ ଉଦ୍ୟମ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/These-Two-Companies-Will-Take-Waste-Management-System_Punascha-Pruthibi_Thumbnail_2-1.jpg)