୮ତାରିଖକୁ ଘୁଞ୍ଚିଲା ଅଶୋକା ମାର୍କେଟ ଶୁଣାଣି

ଭୁବନେଶ୍ୱର: ୧୦ଦିନ ପରେ ଅଶୋକା ମାର୍କେଟ ଉଚ୍ଛେଦ କରିବାକୁ ସୋମବାର ହାଇକୋର୍ଟ ରାୟ ଦେବା ପରେ ବୁଧବାର ଏ ସମ୍ପର୍କିତ ଏକ ଶୁଣାଣିକୁ ଡିସେମ୍ବର ୮କୁ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଅଶୋକା ମାର୍କେଟ ଭାଙ୍ଗିବା ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ନିଷ୍ପତ୍ତି ହୋଇପାରିନି।

ନଭେମ୍ବର ୨୮ତାରିଖରେ ଅଶୋକା ମାର୍କେଟର ୧୨୯ଜଣ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ ଚାବି ଆବଣ୍ଟନ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ବିଡିଏ ଚାବି ଆବଣ୍ଟନ କରିଥିଲେ ହେଁ ମାତ୍ର ୧୦ଜଣ ଚାବି ନେଇଥିଲେ। କିନ୍ତୁ ଅଶୋକା ମାର୍କେଟ ବ୍ୟବସାୟୀମାନେ ବିଡିଏ ଦେଇଥିବା ଦୋକାନକୁ ନଯାଇ କେଶରୀ ମଲ୍‌ କିମ୍ବା ପଞ୍ଚଦୀପ ମାର୍କେଟରେ ଦୋକାନ ଦେବାକୁ ଆବେଦନ କରିଥିଲେ। ଏହି ଦୁଇଟି ମାର୍କେଟ କମ୍ପ୍ଲେକ୍ସ ବିଏମ୍‌ସି ପିପିପି ମୋଡ୍‌ରେ କରୁଥିବାରୁ ହାଇକୋର୍ଟ ଏହା ଉପରେ ବିଏମ୍‌ସିର ମତ ଲୋଡ଼ିଥିଲେ। ବିଏମ୍‌ସି ପକ୍ଷରୁ କୋର୍ଟରେ ଆଜି ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତା ୮ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର