ଅଶୋକ ପଣ୍ଡା, ମନୋରଞ୍ଜନ ମିଶ୍ର ଓ ମନୋଜ ରଥଙ୍କୁ ‘କଳିଙ୍ଗ ଗୌରବ ସମ୍ମାନ’

ଭୁବନେଶ୍ବର: ସେଣ୍ଟ୍‌ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲର ନନ୍ଦନକାନନ ଶାଖାଠାରେ ସତ୍ୟସାଇ ବାବାଙ୍କର ୯୩ତମ ଜନ୍ମ ଦିବସ ଓ କଳିଙ୍ଗ ଗୌରବ ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ଘଢ଼େଇ ଉଦ୍‌ଘାଟନ କରିଥିଲେ। ଏଥିରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ଶ୍ରୀ ସତ୍ୟସାଇ ଲୋକସେବା ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ଅଶୋକ କୁମାର ପଣ୍ଡା, କନକ ନ୍ୟୁଜ୍‌ର ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ର ଓ ସମାଜସେବୀ ମନୋଜ ରଥଙ୍କୁ ‘କଳିଙ୍ଗ ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି। ସେଣ୍ଟ୍‌ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ମନୋଜ ପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁନାଲ ରାଉତ, ସ୍କୁଲର ଅଧ୍ୟକ୍ଷା ନିବେଦିତା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧ୍ୟକ୍ଷ ବି.ସି. ମେନନ୍‌, ଶିକ୍ଷା ନିର୍ଦ୍ଦେଶିକା ଗାୟତ୍ରୀ ମିଶ୍ର ଓ ଇ.ଡି ମିତ୍ରାରାୟ ପ୍ରମୁଖ ଉପସ୍ଥିତ ଥିଲେ। ସେଣ୍ଟ୍‌ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ସମସ୍ତ ଶାଖାର ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟିତ୍ରୀ ପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର