ଅଶୋକ ପଣ୍ତା ପାଇବେ ପ୍ରଥମ ପଞ୍ଚୁ ପାଣ୍ତବ ସମ୍ମାନ

ଭୁବନେଶ୍ବର : ବଡ଼ଗଡ଼ ବ୍ରିଟ୍‌ କଲୋନିସ୍ଥିତ ଐତିହାସିକ କୀର୍ତ୍ତିରାଜି ପଞ୍ଚୁପାଣ୍ତବ ପୀଠରେ ପ୍ରଥମ ପଞ୍ଚୁପାଣ୍ତବ ମହୋତ୍ସବ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି। ଭାଷା, ସାହିତ୍ୟ ଓ ସ˚ସ୍କୃତି ବିଭାଗର ପ୍ରତ୍ନତତ୍ତ୍ବ ସ˚ସ୍ଥା ଅଧୀନରେ ଥିବା ଏହି ଐତିହାସିକ କୀର୍ତ୍ତିରାଜିରେ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଚାଲିବ। ୩ ଦିନ ଧରି ଚାଲିବାକୁ ଥିବା ମହୋତ୍ସବରେ ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ଲୋକନୃତ୍ୟ ଓ ଲୋକ ସଙ୍ଗୀତ ପରିବେଷିତ ହେବ। ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସମ୍ବଲପୁରୀ, ଶଙ୍ଖ ବାଦ୍ୟ ଓ ରଣପା ନୃତ୍ୟ ପରିବେଷିତ ହେବାକୁ ଥିବା ବେଳେ ଦ୍ବିତୀୟ ସନ୍ଧ୍ୟାରେ ବଜାସାଲ, ଘୋଡ଼ାନାଚ, ତୃତୀୟ ସନ୍ଧ୍ୟାରେ ପଶୁ ନୃତ୍ୟ, ଛଉ ନୃତ୍ୟ ପରିବେଷଣ କରାଯିବ। ମହୋତ୍ସବ ଅବସରରେ ସ˚ସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତାଙ୍କୁ ପ୍ରଥମ ପଞ୍ଚୁ ପାଣ୍ତବ ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟିର ଆବାହକ ଦିଲ୍ଲୀପ ହାଲି, ସନ୍ତୋଷ କୁମାର ସି˚ହ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ କାଶୀନାଥ ଦାସ ପ୍ରମୁଖ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର