ଭୁବନେଶ୍ବର: ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଏକାମ୍ରର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା। ଆଜି ୬୪ ନମ୍ବର ୱାର୍ଡର ନୂଆସାହିରେ କର୍ମୀ ସମ୍ମିଳନୀ କରି ସାଂଗଠନିକ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡାଙ୍କ ସମେତ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଯୋଗ ଦେଇଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାଦଶା ଖାନ୍ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ସକିବା ମୁସରତ୍, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଶେଖ୍ ଅମିର୍ ମହମ୍ମଦ, ଛାତ୍ର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର, ଯୁବ ନେତା ଅନୁପ କୁମାର ବେହେରା, ଛାତ୍ର ନେତା ମହମ୍ମଦ କାସିମ୍, ଶେଖ୍ ଗୁଫ୍ରାନ, ବର୍କତ୍ ତୁଲ୍ଲା ଓ ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଚାର ଆରମ୍ଭ କଲେ ଅଶୋକ: ୬୪ ନମ୍ବର ୱାର୍ଡ ନୂଆ ସାହିରେ ବିଜେଡି କର୍ମୀ ସମ୍ମିଳନୀ
/sambad/media/post_attachments/wp-content/uploads/2024/04/gdjgjgjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)