‘ଆଶ୍ରୟ-ଦି ସେଲ୍ଟର’କୁ ଇନ୍ଦର୍‌ଜିତ ଖୁରାନା ପୁରସ୍କାର

ଭୁବନେଶ୍ୱର : ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ୪ର୍ଥ ଇନ୍ଦ୍ରଜିତ୍‌ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଇଡିକଲ୍‌ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏକ ସମାରୋହରେ ଚଳିତବର୍ଷ କଟକର ଅନୁଷ୍ଠାନ ‘ଆଶ୍ରୟ-ଦି ସେଲ୍ଟର’କୁ ଏହି ପୁରସ୍କାର ମିଳିଛି। ପୁରସ୍କାର ବାବଦକୁ ଅନୁଷ୍ଠାନ ପ୍ରତିଷ୍ଠାତା ନିର୍ଦ୍ଦେଶିକା ସୁଜାତା ପଟ୍ଟନାୟକଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ପ୍ରଥମ ସୂଚନା କମିସନର ଡି.ଏନ୍‌ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ସ୍ବିଡେନ୍‌ ଆଡପ୍‌ସନ୍‌ ସେଣ୍ଟ୍ରମ୍‌ର କାର୍ଯ୍ୟକ୍ରମ ପରିଚାଳିକା ଉର୍ଲିକା ଉବର୍ଗ ଯୋଗ ଦେଇଥିଲେ। ରୁଚିକାର ସଭାପତି ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରଫେସର ଡ. ନାରାୟଣ ରାଓ ସ୍ବାଗତ ଭାଷଣ ଦେଇ ଇନ୍ଦର୍‌ଜିତ୍‌ ଖୁରାନାଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାମେଶ୍ବରୀ ପ୍ରସାଦ ଦ୍ବିବେଦୀ, ବେଣୁଧର ସେନାପତି ଓ ହେମନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର