ଭୁବନେଶ୍ୱର : ଅସୀମ ବସୁ ଫାଉଣ୍ଡେସନ୍ ତରଫରୁ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆଜି ଅସୀମ ବସୁଙ୍କ ପ୍ରଥମ ପୁଣ୍ୟତିଥି ପାଳିତ ହୋଇଯାଇଛି। ଏହି ଅବସରରେ ଆସନ୍ତା ଫେବ୍ରୁଆରି ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପରେ ହେବାକୁଥିବା ଅସୀମ ଉତ୍ସବର ଲୋଗୋ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିତାର କଳା ଓ କାରିଗରୀ ତଥା କବିତାରେ ଅସୀମତାର ଆବାହନ ବିଷୟରେ ଆଲୋଚନା କରିଥିଲେ। ‘କଥା’ର ସମ୍ପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ଅସୀମ ବସୁଙ୍କର କଳା, ନାଟକ, ଲେଖକୀୟ ଜୀବନ ଏବଂ ତାଙ୍କ ଜୀବନ ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ କଥାକାର ଅଜୟ ସ୍ୱାଇଁ ସଭା ପରିଚାଳନା କରିଥିବାବେଳେ ଦେବଦତ୍ତ ସ୍ୱାଗତ ଭାଷଣ ଓ ଭାସ୍ୱତୀ ବସୁ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ଆବୃତ୍ତି ଆସର ‘ସ୍ୱରବର୍ଣ୍ଣ’ରେ ଚୌଧୁରୀ ଜୟପ୍ରକାଶ ଦାସ, ମନୁଆ ଦାସ, ସୁରେଶ ନାୟକ, ନେତାଜୀ ଅଭିନନ୍ଦନ, ଅମିୟ ଦାସ ସୁମନ, ପ୍ରକାଶ ମହାପାତ୍ର, ଅମିୟ ରଞ୍ଜନ ମହାପାତ୍ର, ଚିନ୍ମୟୀ ଷଡ଼ଙ୍ଗୀ, ତନ୍ମୟୀ ରଥ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ପ୍ରିୟ ରଞ୍ଜନ ମହାନ୍ତି, ନିଖିଳେଶ ମିଶ୍ର, ଅଶୋକ ପୁହାଣ, ବାଦଲ ମହାନ୍ତି ପ୍ରମୁଖ କବିତା ଆବୃତ୍ତି କରିଥିଲେ ଫାଉଣ୍ଡେସନ୍ର ସଦସ୍ୟ ପବିତ୍ର ମୋହନ କର ଧନ୍ୟବାଦ ଦେଇଥିଲେ।
ଅସୀମ ବସୁଙ୍କ ପ୍ରଥମ ପୁଣ୍ୟତିଥି : ‘ଅସୀମ ଉତ୍ସବ’ ଲୋଗୋ ଉନ୍ମୋଚିତ
/sambad/media/post_attachments/wp-content/uploads/2018/01/asim.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)