ଭୁବନେଶ୍ବର: ପ୍ରେମ କ’ଣ? ସଫଳ ନ ହୋଇ ପାରିଲେ ଯାହା ଉଭେଇ ଯାଏ ତାହା କ’ଣ ପ୍ରେମ? ପ୍ରେମ ଅଳିକ ନା ପାର୍ଥିବ? କବି ରମାକାନ୍ତ ରଥ ତାଙ୍କ ବିଭିନ୍ନ କବିତାରେ ପ୍ରେମର ଏହି ସ୍ୱରୂପକୁ ଚିହ୍ନିବାକୁ ଚେଷ୍ଟା କରିଛନ୍ତି। ଶ୍ରୀ ରଥଙ୍କ କିଛି ପ୍ରେମ କବିତା ଯାହା ମାନବ ହୃଦୟ ଓ କଳ୍ପନାର ଗଭୀରକୁ ଓହ୍ଲାଇ ପ୍ରେମ ଖୋଜେ, ଏହି ଭଳି କିଛି କବିତାକୁ ଆଧାର କରି ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ନାୟିକା’। ‘ଅସୀମ ବସୁ ଫାଉଣ୍ଡେସନ୍’ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଆୟୋଜିତ ‘ଅସୀମ ଉତ୍ସବ’ର ଆଜି ଥିଲା ୨ୟ ସନ୍ଧ୍ୟା। ଏହି ଅବସରରେ କୋରାପୁଟର ନାନ୍ଦନିକ ନାଟ୍ୟସଂସ୍ଥା ପକ୍ଷରୁ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକଟିର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଦେଇଛନ୍ତି ସୌରଭ ଗୁପ୍ତା। ସେହିପରି ନାଟକଟିରେ ବିଭିନ୍ନ ଚରିତ୍ରରେ ସନମ୍ ଗହନ, ଅଜୟ ସିଂହ, ସୀତାଂଶୁ କୁମାର ରଥ, ଡି.ଏମ୍ ୟସିମ୍ ଲେଙ୍କା, ରଞ୍ଜିତ୍ କୁମାର ଜେନା ଅଭିନୟ କରିଥିଲେ। ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ କବି ରମାକାନ୍ତ ରଥ, କବି ସୂର୍ଯ୍ୟ ମିଶ୍ର, ଛଉ ନୃତ୍ୟଗୁରୁ ସଦାଶିବ ପ୍ରଧାନ, ଶିଳ୍ପୀ ବାଞ୍ଛାନିଧି ପଟ୍ଟନାୟକ ପ୍ରମୁଖ। ଉତ୍ସବକୁ ପରିଚାଳନା କରିଥିଲେ ଦେବଦତ୍ତ ପତି।
‘ଅସୀମ ଉତ୍ସବ’ର ୨ୟ ସନ୍ଧ୍ୟା, ପ୍ରେମର ସ୍ବରୂପ ଚିହ୍ନାଇଲା ‘ନାୟିକା’
/sambad/media/post_attachments/wp-content/uploads/2020/02/fghjfjgj545645646djgggggggggggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)