ପୁରୁଣା ଭୁବନେଶ୍ବର: ମୁଖ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ପାର୍ଶ୍ବରେ ଥିବା ମା’ ଭୁବନେଶ୍ବରୀ ମନ୍ଦିର, ପାର୍ବତୀ ମନ୍ଦିର, କାଶୀ ବିଶ୍ବନାଥ ମନ୍ଦିର ସମେତ ଅନ୍ୟ ଛୋଟ ବଡ଼ ମନ୍ଦିରରେ ଗଛ ଉଠି ଗଲାଣି। କିନ୍ତୁ ଏଗୁଡ଼ିକୁ ନଷ୍ଟ କରିବା ଦିଗରେ ଏଏସ୍ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସେବାୟତ ଓ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟ ମନ୍ଦିରର ଦଧିନଉତିର ବିଭିନ୍ନ ସ୍ଥାନ ଓ ରାହାପାଗରେ ବର, ଅଶ୍ବତ୍ଥ ଭଳି ଗଛ ଉଠିଥିବାରୁ ଏହା ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ଫାଟ ସୃଷ୍ଟି କରି ମନ୍ଦିରକୁ ଦୁର୍ବଳ କରିବ। ସେହିପରି ରୋଷଶାଳ ଉପରେ ମଧ୍ୟ ଅନାବନା ଗଛ ମାଡ଼ି ଗଲାଣି। ତେଣୁ ଏଏସ୍ଆଇ ଏହାକୁ ଶୀଘ୍ର ନଷ୍ଟ କରିବାକୁ ଦାବି ହେଉଛି।
ଏଏସ୍ଆଇର ଅଣଦେଖା: ଲିଙ୍ଗରାଜ ମନ୍ଦିରରେ ମାଡ଼ିଗଲାଣି ଗଛ
/sambad/media/post_attachments/wp-content/uploads/2022/07/lingaraj-temple-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)