୪୦ ପେଟି ଆସ୍କା ଫର୍ଟି ଜବତ, ଜଣେ ଗିରଫ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ପୁଲିସ ଜଣେ ଚୋରା ମଦ ବ୍ୟବସାୟୀକୁ ଗିରଫ କରିଛି।  ପୁଲିସ ପେଟ୍ରୋଲିଙ୍ଗ ବେଳେ ୪୦ ପେଟି ବା ୧ ହଜାର ପିସ୍ ଆସ୍କା ଫର୍ଟି ମଦ ଜବତ ହୋଇଛି। ଏହି ଚୋରା ମଦ ଚାଲାଣରେ ବାଳକାଟି ଅଞ୍ଚଳର ପ୍ରମୋଦ କୁମାର ସାହୁ (୪୮)ଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଅଟୋକୁ ମଧ୍ୟ ପୁଲିସ ଜବତ କରିଛି।
ସୂଚନା ଅନୁସାରେ, ବାଲିପାଟଣା ଅଞ୍ଚଳରେ ଚୋରା ନିଶା କାରବାର ବହୁ ମାତ୍ରାରେ ଚାଲିଛି। ହୋଲି ପାଇଁ ଗତକାଲି ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଓ ତାଙ୍କ ଟିମ ମିଶି ସରଦେଇପୁର ନିମାପଡ଼ା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିଲେ।


ବିଶେଷ ସୂତ୍ରରୁ ଖବର ପାଇ ଚଣାହଟ୍ଟା ଛକରେ ଓଡି ୦୨ କେ ୯୨୨୪ ପାସେଞ୍ଜର ଅଟୋକୁ ଅଟକାଇଥିଲେ। ଅଟୋ ଚେକିଂ ବେଳେ ସେଥିରେ ୧ ହଜାର ବୋତଲ ଆସ୍କା ଫର୍ଟି ବୋଝେଇ ହୋଇଥିଲା। ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଓ ଅଟୋ ବୋଝେଇ ମଦ ଥାନାକୁ ନିଆ ଯାଇଥିଲା। ଆଜି ଏହି କାରବାରରେ ଜଡ଼ିତ ପ୍ରମୋଦ କୁମାର ସାହୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର