ବାକି ଟଙ୍କା ମାଗିବାରୁ…ଜାଳିଦେଲେ ଦୋକାନ

ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ

ବାଲିପାଟଣା: ବାକି ଟଙ୍କା ମାଗିବାରୁ କ୍ୟାବିନରେ ନିଆଁ ଲଗାଇଦେଲେ। ଏଭଳି ଅଭିଯୋଗ ଆଣିଛନ୍ତି ଦୋକାନୀ ଗଙ୍ଗାଧର ମହାପାତ୍ର। ଏନେଇ ସେ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଅନୁସନ୍ଧାନ କରୁଛି। ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଓଡ଼ଖଣ୍ଡ ମହାପାତ୍ର ସାହିର ଗଙ୍ଗାଧର ମହାପାତ୍ରଙ୍କ ବସନ୍ତମାଳ ବଜାରରେ ଭେରାଇଟି ଷ୍ଟୋର ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ରାତି ପ୍ରାୟ ସାଢେ ୧ଟା ସମୟରେ ହଠାତ ଦୋକାନରେ ନିଆଁ ଲାଗିଥିଲା।

ଏନେଇ କିଛି ଲୋକ ଗଙ୍ଗାଧରଙ୍କୁ ଜଣାଇବା ସହ ଅଗ୍ନିଶମ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲା। ହେଲେ ସେତେବେଳକୁ ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ଆଜି ସକାଳୁ ଦୋକାନ ପାଖରେ ଡିଜେଲ ଜାର୍‌ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ଦୋକାନରୁ କିଛି ଟଙ୍କା ବାକି ରଖିଥିଲେ। ବାକି ଟଙ୍କା ମାଗିବାରୁ ସେମାନେ ନିଆଁ ଲଗାଇ ଦେଇଥିବା ଗଙ୍ଗାଧର କହିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର