ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କ୍ରିକେଟ୍ ସଂଘ ଆନୁକୂଲ୍ୟରେ ସଚିବାଳୟ ପଡ଼ିଆରେ ଚାଲିଥିବା ଏକାଦଶ ସେକ୍ରେଟାରିଏଟ୍ ପ୍ରିମିୟର ଲିଗ୍ (ଏସ୍ପିଏଲ୍) ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତାରେ ଶୁକ୍ରବାର କନ୍କରର୍ସ, ରାଇଡର୍ସ ଏବଂ ଗ୍ଲାଡିଏଟର୍ସ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ କନ୍କରର୍ସ ୪୪ ରନ୍ରେ ଷ୍ଟ୍ରାଇକର୍ସକୁ ପରାସ୍ତ କରିଥିଲା। କନ୍କରର୍ସ ୧୦୯/୦ ଜବାବରେ ଷ୍ଟ୍ରାଇକର୍ସ ୬୫ ରନ୍ କରିପାରିଥିଲା। କନ୍କରର୍ସର ରାକେଶ ପଣ୍ଡା (୯୯*) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ରାଇଡର୍ସ ୪ ଓ୍ଵିକେଟ୍ରେ ଏମ୍ପାରର୍ସକୁ ହରାଇଥିଲା। ଏମ୍ପାୟର ୩ ଓ୍ଵିକେଟ୍ରେ ୬୫ ରନ୍ କରିଥିଲା। ଜବାବରେ ରାଇଡର୍ସ ୭.୨ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ମଳୟ ରଂଜନ ପଟ୍ଟନାୟକ (୧୧* ରନ୍, ୧ ଓ୍ଵିକେଟ୍)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତୃତୀୟ ମ୍ୟାଚ୍ରେ ଗ୍ଲାଡିଏଟର୍ସ ୫ ଓ୍ଵିକେଟ୍ରେ ପାଟ୍ରିଅଟ୍ସକୁ ପରାସ୍ତ କରିଛି। ପାଟ୍ରିଅଟ୍ସର ୬୯/୪ ଜବାବରେ ଗ୍ଲାଡିଏଟର୍ସ ୭.୩ ଓଭରରେ ୨ ଓ୍ଵିକେଟ୍ ବିନିୟମରେ ମ୍ୟାଚ୍ କବ୍ଜା କରିଥିଲା। ଦିଲ୍ଲୀପ କୁମାର ପ୍ରଧାନ (୩୧* ରନ୍, ୧ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମ୍ୟାଚ୍ଗୁଡ଼ିକକୁ ମାରୁତି ଆଚାର୍ଯ୍ୟ ଏବଂ ଲୁଲୁ ମହାପାତ୍ର ପରିଚାଳନା କରିଥିଲେ।
ଏସ୍ପିଏଲ୍: କନ୍କରର୍ସ, ରାଇଡର୍ସ, ଗ୍ଲାଡିଏଟର୍ସ ବିଜୟୀ
/sambad/media/post_attachments/wp-content/uploads/2018/04/18-Malaya-Ranjan-Pattnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)