ଆସାମ ରାଜ୍ୟପାଳଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ

ପୁରୁଣା ଭୁବନେଶ୍ବର  : ଆଜି ପୂର୍ବାହ୍ଣ ସାଢ଼େ ୯ଟାରେ ଆସାମର ରାଜ୍ୟପାଳ ଜଗଦୀଶ ମୁଖୀ ପରିବାର ସହ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଥିଲେ। ସେ ପ୍ରଥମେ ସିଦ୍ଧି ବିନାୟକଙ୍କୁ ପୂଜା ଅର୍ଚନା କରିବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ଏକ ଘଣ୍ଟା ମନ୍ଦିର ମଧ୍ୟରେ ଦର୍ଶନ ଶେଷ କରିବା ପରେ ପୁରୀ ଯାତ୍ରା କରିଥିଲେ। ମନ୍ଦିର ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ତାଙ୍କୁ ସିଂହଦ୍ୱାରରେ ସ୍ୱାଗତ କରିଥିଲେ । ବଡୁ ନିଯୋଗର ସଂପାଦକ କମଳାକାନ୍ତ ବଡୁ ତାଙ୍କର ଜଳାଭିଷେକ କରାଇଥିଲେ ।

ସମ୍ବନ୍ଧିତ ଖବର