ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫ ସ୍ଥାନରେ ଚଢଉ ଜାରି

ଭୁବନେଶ୍ବର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଆର୍‌ଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢଉ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଚଢାଉ କରାଯାଇଥିବା ସ୍ଥାନ ମଧ୍ୟରେ ରହିଛି ଭୁବନେଶ୍ବରର ଗଙ୍ଗନଗରରେ ଥିବା ଶ୍ରୀ ଗୌଡ଼ଙ୍କ ତିନି ମହଲା କୋଠା, ଭୁବନେଶ୍ବର ନିର୍ମାଣ ସୌଧରେ ଥିବା ତାଙ୍କ ଅଫିସ, ଗଞ୍ଜାମର ବଡ଼ଗଡ଼ରେ ଥିବା ତାଙ୍କ ପୈତ୍କ ଘର, ସୋରଡ଼ାରେ ଥିବା ଶ୍ବଶୁର ଘର ଓ ଗଞ୍ଜାମର ବଡ଼ଗଡ଼ ଗାନ୍ଧିନଗରରେ ଥିବା ଏକ ଘର ।

ସମ୍ବନ୍ଧିତ ଖବର