ଆଫୋର୍ଡର ବାର୍ଷିକ ଉତ୍ସବ

ଭୁବନେଶ୍ବର: ଆସୋସିଏସନ୍ ଫର୍ ଓଡ଼ିଶା ରିୟଲ୍‌ ଇଷ୍ଟେଟ୍‌ ଡେଭଲପର୍ସ(ଆଫୋର୍ଡ)ର ଷଷ୍ଠ ପ୍ରତିଷ୍ଠା ଦିବସ ଉତ୍ସବ ଗତକାଲି ଜୟଦେବ ବିହାର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫୋର୍ଡର ସଭାପତି ନିଶିଥ ରଞ୍ଜନ ନନ୍ଦ ଯୋଗ ଦେଇ କହିଥିଲେ, ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ନୈତିକତା ଓ ସ୍ବଚ୍ଛତାର ସହ ବ୍ୟବସାୟ କରିବାକୁ ସଂଗଠନ ସବୁବେଳେ ଗୁରୁତ୍ବ ଦେଇ ଆସିଛି। ଏହା ଗଠନ ହେଲା ଦିନ ଠାରୁ ରିୟଲ୍‌ ଇଷ୍ଟେଟ୍‌ ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ବାନକୁ ନେଇ ସ୍ବର ଉଠାଇ ଆସୁଛି। ଭୁବନେଶ୍ବର ତଥା ଓଡ଼ିଶାରେ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି। ସେହିପରି ବିଭିନ୍ନ ସମୟରେ ସଂଗଠନ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଅଂଶୁମାନ ଦାସ, ଶମ୍ଭୁନାଥ ପତି, ସାଧାରଣ ସମ୍ପାଦକ ଦେବକାନ୍ତ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ, ବିଜୟ କେତନ ମିଶ୍ର, କୋଷାଧ୍ୟକ୍ଷ ଅଭୟ କୁମାର ସ୍ବାଇଁ ଓ ଉପଦେଷ୍ଟା ବିଭୂତି ଭୂଷଣ ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର