ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଆସ୍ଥା ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଯୋଗଦେଇ ଫକିର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବରଦାସ ନିଜର ଗବେଷଣା ଅନୁଭୂତି ସମ୍ପର୍କରେ କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେ୍‌ସର ସ୍ୱରୂପ ଚନ୍ଦ୍ର ସାହୁ, ଜେପି ମର୍ଗାନ ଚେଜ୍‌ ଏଣ୍ଡ୍‌ କୋ’ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଚିତ୍ତରଂଜନ ମହାନ୍ତି ପ୍ରମୁଖ ‘ଷ୍ଟ୍ରାଟେଜିକ୍‌ କର୍ପୋରେଟ୍‌ ରିଷ୍ଟ୍ରକ୍‌ଚରିଂ’ ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ପଞ୍ଚମୁଖୀ ଏଜୁକେସନାଲ୍‌ ଓ ଚାରିଟେବଲ୍‌ ଟ୍ରଷ୍ଟ୍‍ର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପତ୍ରିକା ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ବଙ୍କିମ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷା ପ୍ରଫେସର ଶର୍ମିଲା ସୁବ୍ରମଣ୍ୟନ୍‌ ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ସମ୍ମିଳନୀର ୩ଟି ପର୍ଯ୍ୟାୟକୁ ତୁଷାରକାନ୍ତ ପାନି, ସି ଚନ୍ଦ୍ରଶେଖର, ପିପି ରାଓ, ସତ୍ୟ ସ୍ୱରୂପ ଦେବାଶିଷ, ସନ୍ତୋଷ ତ୍ରିପାଠୀ, ଅଜିତ କୁମାର କର ପରିଚାଳନା କରିଥିଲେ। ଦ୍ୱିତୀୟ ଦିନରେ କ୍ୟାପ୍‌ଟେନ୍‌ କେଏସ୍‌ଭି ସୁବ୍ରମଣ୍ୟନ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଫେସର ଜେ. ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଫେସର ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର