ଭୁବନେଶ୍ବର: ଋଷିଆର କାଜାନ୍ ସହରରେ ଅନୁଷ୍ଠିତ ୪୫ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସି.ଭି ରମଣ କଲେଜ୍ର ଛାତ୍ର ଅଶ୍ବଥ୍ ନାରାୟଣ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏହି ସଫଳତା ଅର୍ଜନ କରି ଆଜି ଓଡ଼ିଶାକୁ ପ୍ରତ୍ୟାବର୍ତନ କରିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅଶ୍ବଥ୍ଙ୍କୁ କଲେଜ୍ର ଚେୟାରମ୍ୟାନ୍, ନିର୍ଦେଶକ (ଅର୍ଥ), ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ସ୍ବାଗତ କରିଛନ୍ତି। ଅଶ୍ବଥ୍ ପ୍ରତିକ୍ରିୟାରେ କହିଛନ୍ତି ଯେ ଜଳର ସଂରକ୍ଷଣ, ପୁନଃ ପ୍ରୟୋଗ ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାରକୁ ନେଇ ଦକ୍ଷତା ପ୍ରଦର୍ଶନ କରିଥିଲି। ବିଶ୍ବର ୧୧ଟି ଦେଶର ପ୍ରତିଯୋଗୀମାନେ ଅନ୍ତିମ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅଶ୍ବଥ୍ ସମସ୍ତଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତି ପାରିଛନ୍ତି। କଲେଜ୍ର ଅଧ୍ୟକ୍ଷ ସଂଜୀବ କୁମାର ରାଉତ କହିଛନ୍ତି ବର୍ତମାନ ଜଳ ସଂରକ୍ଷଣ, ଜଳ ଶୁଦ୍ଧତାର ନିତାନ୍ତ ଆବଶ୍ୟକତା ରହିଛି। ଯାହା ଅଶ୍ବଥ୍ଙ୍କ ଜ୍ଞାନ କୌଶଳ ଅନେକ ମାତ୍ରାରେ ଏହାର ସମାଧାନ କରିବାରେ ସହାୟକ ହୋଇପାରିବ। ତାଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ। ଅଶ୍ବଥ୍ଙ୍କ ସଫଳତା ପାଇଁ କଲେଜ୍ର ଚେୟାରମ୍ୟାନ୍ ଶ୍ରୀ ରାଉତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଂଜୟ ସିଂହ, ରାଜେଶ ପାଟିଲ୍ ଓ ବଲୱନ୍ତ ସିଂହଙ୍କୁ କୃତଜ୍ଞତା ଜଣାଇଛନ୍ତି।
ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଅଶ୍ବଥ୍ ନାରାୟଣ
/sambad/media/post_attachments/wp-content/uploads/2019/08/hdthethethdfhsdhdh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)