ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଆଜି ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି। ବେଆଇନ୍ ଅର୍ଥ କାରବାରର ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏଟି ଟଙ୍କା କେଉଁଆଡ଼େ ବିନିଯୋଗ ହୋଇଛି ସେନେଇ ତଦନ୍ତ କରିବା ଲାଗି ଇଡି ପ୍ରଦୀପଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା। ତାଙ୍କର ୧୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି ଆବେଦନ କରିଥିଲା। ଏହାଛଡ଼ା ଜମାକାରୀଙ୍କ ମୋଟ୍ କାରବାର ଏବଂ କାହା ପାଖକୁ କେତେ ପରିମାଣରେ ଟଙ୍କା ଯାଇଛି ସେନେଇ ତଦନ୍ତ କରାଯାଇଥିଲା। ଏନେଇ ଇଡି ୨ ଟି ଚାର୍ଜସିଟ ଦାଖଲ କରିଥିଲେ। ତେବେ ଆଜି ପ୍ରଦୀପଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲ୍ରୁ ଭୁବନେଶ୍ୱର କୋର୍ଟକୁ ଅଣା ଯାଇଥିଲା। ତେବେ ତାଙ୍କର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ତାରିଖରେ ଥିବାର ଆସନ୍ତା ୪ ତାରିଖରେ କୋର୍ଟରେ ହାଜର କରାଯିବ। ସେଥିପାଇଁ ପ୍ରଦୀପଙ୍କୁ ବ୍ରହ୍ମପୁର ଜେଲ୍କୁ ନିଆ ନ ଯାଇ ଝାରପଡ଼ା ଜେଲ୍ରେ ରଖା ଯାଇଛି।
ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ: ଇଡିଙ୍କ କୋର୍ଟରେ ହାଜର ହେଲେ ପ୍ରଦୀପ
/sambad/media/post_attachments/wp-content/uploads/2018/04/Pradeep-Sethi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)