ଭୁବନେଶ୍ବର: ବଡ଼ବଡ଼ୁଆ ହୋ...! ଅନ୍ଧାରରେ ଆସି ଆଲୁଅରେ ଯାଅ...! ଦୀପାବଳି ଅମାବାସ୍ୟା ରାତିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି ପଂକ୍ତି ଘରୁ ଘରୁ ଭାସି ଆସେ। ଦୀପାବଳି ଅମାବାସ୍ୟାରେ ବଡ଼ବଡ଼ୁଆ ଡକାଯାଏ। ଏହାକୁ ପୟା ଶ୍ରାଦ୍ଧ ବୋଲି ମଧ୍ୟ କୁହାଯାଏ। ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଏହି ଦିନ ସ୍ବର୍ଗଲୋକକୁ ପୁନର୍ଗମନ କରନ୍ତି। ଦୀପାବଳି ରାତିରେ ଲୋକେ କାଉଁରିଆ କାଠି ଜାଳି ଆକାଶକୁ ଦେଖାନ୍ତି, ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ତେଣୁ ଏହି ଶ୍ରାଦ୍ଧରେ କାଉଁରିଆ କାଠିର ଖୋଜା ପଡ଼େ। ଦିନକ ପରେ ଦୀପାବଳି ଥିବାରୁ ରାଜଧାନୀରେ କାଉଁରିଆ କାଠି ବେପାର ଜମିଛି। ରାଜଧାନୀର ପ୍ରମୁଖ ଛକରେ ମେଲିଛି କାଉଁରିଆ କାଠି ପସରା। ୟୁନିଟ୍-୧ ହାଟରେ ବ୍ୟବସାୟୀମାନେ କାଉଁରିଆ କାଠି ବେପାର କରୁଛନ୍ତି। ବେପାରୀ ବଦ୍ରିନାଥ ନାୟକ କହିଛନ୍ତି, ଗତବର୍ଷ କଟକଣା ଯୋଗୁଁ ବେପାର ମାନ୍ଦା ଥିଲା। ଆମେ ଗାଁରୁ କାଉଁରିଆ କାଠି ଆଣି ରାଜଧାନୀରେ ବେପାର କରୁ। ଗାଁରେ ତ’ ଏସବୁ ବେପାର ହୁଏ ନାହିଁ। ରାଜଧାନୀରେ ଏହାକୁ ନେଇ ବେଶ୍ ଦୁଇ ପଇସା ରୋଜଗାର ହୋଇଯାଏ। ମାତ୍ର ୨ଦିନରେ ୫ରୁ ୬ହଜାର ଯାଏ ବେପାର ହେଉଥିବା ସେ କହିଛନ୍ତି। ଏଥିସହ ଯାଜପୁରରୁ ରାଜଧାନୀକୁ ଅଧିକ ଚାଷୀ ଆସି କାଉଁରିଆ କାଠି ବିକ୍ରି କରନ୍ତି। କାଉଁରିଆ କାଠି ବିଡ଼ା ୧୦ ଟଙ୍କା ଲେଖାଏ ରହିଥିବା ବେଳେ ଦୀପାବଳି ସଂଧ୍ୟା ପର୍ଯ୍ୟନ୍ତ ଏହି ବେପାର ଜମିଥାଏ ବୋଲି ସେ କହିଛନ୍ତି।
ରାତି ପାହିଲେ ଦୀପାବଳି, ଜମୁଛି କାଉଁରିଆ ବେପାର
/sambad/media/post_attachments/wp-content/uploads/2021/11/f4h645sf65h4shffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)