ଅଟଳ ମିଶନର ଶ୍ରେଷ୍ଠ ୩୦ରେ ଡିଏଭି ଚନ୍ଦ୍ରଶେଖରପୁରର ଦୁଇଟି ପ୍ରକଳ୍ପ

ଚନ୍ଦ୍ରଶେଖରପୁର: ଭାରତ ସରକାରଙ୍କ ନୀତି ଆୟୋଗ ଦ୍ୱାରା ପରିଚାଳିତ ‘ଅଟଳ ନବ ଉଦ୍ଭାବନ ପ୍ରକଳ୍ପ’ ନିମନ୍ତେ ସମଗ୍ର ଦେଶରୁ ଶ୍ରେଷ୍ଠ ୩୦ଟି ପ୍ରକଳ୍ପ ସୂଚୀ ମଧ୍ୟରେ ଡିଏଭି ଚନ୍ଦ୍ରଶେଖରପୁରର ଦୁଇଟି ପ୍ରକଳ୍ପ ସ୍ଥାନ ପାଇଛି। ବର୍ଯ୍ୟବସ୍ତୁ ପରିଚାଳନା ବିଭାଗରେ ପ୍ରିସିତା ପ୍ରୀତମ୍‌ ଏବଂ ସ୍ମାର୍ଟ ମୋବିଲିଟି ବିଭାଗରେ ଅମିତ ବୈଷ୍ଣବ, ଜ୍ଞାନିଶ୍‌ କୁମାର ଓ ନିହାର ମୋଦିଙ୍କ ‘ଭି-ବାଇକ୍ସ୍‌’ ସ୍ଥାନ ପାଇଛି। ଓଡ଼ିଶାରୁ ଏକମାତ୍ର ବିଦ୍ୟାଳୟ ଭାବରେ ଡିଏଭି ଚନ୍ଦ୍ରଶେଖରପୁର ଏହି ସଫଳତା ହାସଲ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ଏହି ପ୍ରକ୍ରିୟାରେ ସଂପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୁଡ଼ାନ୍ତ ପର୍ଯ୍ୟାୟରେ ଦେଶର ଶ୍ରେଷ୍ଠ ୬ଟି ପ୍ରକଳ୍ପକୁ ପୁରସ୍କୃତ କରାଯିବ। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ସର୍ବେକ୍ଷଣ ମନୋନୟନ ନିମନ୍ତେ ଉପରୋକ୍ତ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି।

ସମ୍ବନ୍ଧିତ ଖବର