ଭୁବନେଶ୍ୱର: ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳଜୀ ‘ସଡ଼କ କ୍ରାନ୍ତିର ଜନକ’ ଭାବେ ପରିଚିତ। ଅଟଳଜୀଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତ୍ତନ। ବାଜପେୟୀଜୀ ଜଣେ ଯୁଗଜନ୍ମା ଓ ରାଷ୍ଟ୍ରନୀତିଜ୍ଞ ଥିଲେ। ଭାରତର ବିକାଶ ଅଗ୍ରଗତିରେ ବାଜପେୟୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦିନରେ ବାଜପେୟୀଜୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ଅଟଳଜୀ ଚିର ନମସ୍ୟ ଓ ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ବାର୍ଷିକ ପୁଣ୍ୟତିଥିରେ ଭୁବନେଶ୍ୱର ଏମ୍ସ ପରିସରରେ ଥିବା ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏମ୍ସ ଭୁବନେଶ୍ବରର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରୋଗୀମାନଙ୍କୁ ଉନ୍ନତ ମାନର ସେବା ଯୋଗଇଦେବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାମଲ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାୟକ ବାବୁ ସିଂ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବରିଷ୍ଠ ନେତା ମହେଶ ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଖୋର୍ଦ୍ଧାଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ଓ ପାର୍ଟିର କାର୍ଯ୍ୟକର୍ତା ଉପସ୍ଥିତ ରହି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
‘ଅଟଳଜୀ ପ୍ରେରଣାର କେନ୍ଦ୍ରବିନ୍ଦୁ’
ରାଜନୀତିର ରଣବୀର, ଶବ୍ଦର ଶିଳ୍ପୀ ଭାରତରତ୍ନ ଅଟଳଜୀ ‘ସଡ଼କ କ୍ରାନ୍ତିର ଜନକ’ ଭାବେ ପରିଚିତ। ଅଟଳଜୀଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ହୋଇଥିଲା ଯୁଗାନ୍ତକାରୀ ପରିବର୍ତ୍ତନ। ବାଜପେୟୀଜୀ ଜଣେ ଯୁଗଜନ୍ମା ଓ ରାଷ୍ଟ୍ରନୀତିଜ୍ଞ ଥିଲେ।
/sambad/media/media_files/2025/08/18/untitled-7-2025-08-18-06-56-34.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)