ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ

ନିରାକାରପୁର : ନିରାକାରପୁର ଅଞ୍ଚଳର ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ବରେ ଥିବା ଏସ୍‌ବିଆଇର ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏ ନେଇ ଖବର ପାଇ ନିରାକାରପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ଟେର୍‌ ପାଇ ନାହିଁ। ଘଟଣାର ତଦନ୍ତ ଜାରି ରହିଛି। ତେବେ ଭଙ୍ଗାଯାଇଥିବା ଏଟିଏମ୍‌ରେ କିଛି ଟଙ୍କା ନ ଥିଲା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଉକ୍ତ ଏଟିଏମ୍‌ରେ ସୁରକ୍ଷା କର୍ମୀ ନଥିଲେ ବୋଲି ଜଣାପଡ଼ିଛି। ପୂର୍ବରୁ ଏଭଳି ଏଟିଏମ୍‌ ଲୁଟ୍‌ ହୋଇଥିଲେ ମଧ୍ୟ ଏଟିଏମ୍‌ଗୁଡ଼ିକରେ ସୁରକ୍ଷା କର୍ମୀ ରହୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର