୨୦୧୭ ମାର୍ଚ୍ଚ: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନବୀନ ନିବାସ ନିକଟରୁ ଏକ ଏଟିଏମ୍ କାଉଣ୍ଟରରୁ ଲୁଟ୍।
୨୦୧୭: ଖାରବେଳନନଗର ଥାନାଠାରୁ ଅଳ୍ପ ଦୂରରେ ଥିବା ଏଟିଏମ୍ କାଉଣ୍ଟରରୁ ଟଙ୍କା ଲୁଟ୍।
୨୦୧୭ ମାର୍ଚ୍ଚ ୬: ବିବେକାନନ୍ଦ ମାର୍ଗରେ ଥିବା ଏଟିଏମ କାଉଣ୍ଟରରୁ ହ୍ୟାକର ଟଙ୍କା ଲୁଟ୍ କରିବା ସମୟରେ ପୁଲିସ ହାତରେ ରେଡ୍ ହ୍ୟାଣ୍ଡରେ ଧରା ପଡ଼ିଥିଲେ
୨୦୧୮ ଜୁନ୍ ୨୬: ବ୍ରହ୍ମପୁରରେ ଗୋଟିଏ ରାତିରେ ୬ଟି ଏଟିଏମ୍ କାଉଣ୍ଟରରୁ ୧୮ ଲକ୍ଷ ୮୫ ହଜାର ଟଙ୍କା ଲୁଟ୍।
୨୦୧୮ ନଭେମ୍ବର ୧୧: ଖୋର୍ଦ୍ଧା ବେଗୁନିଆ ତୁଳସୀପୁରରୁ ଗ୍ୟାସ କଟରରେ କାଟି ଏଟିଏମ୍ କାଉଣ୍ଟର ଲୁଟ୍, ୨ ଗିରଫ।
୨୦୧୯ ଅକ୍ଟୋବର ୨୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ପିଏନବି ଏଟିଏମ୍ କାଉଣ୍ଟରରୁ ଲୁଟ୍।
ସୁରକ୍ଷା ଯୋଗାଇବାକୁ ଦାବି କଲା ବ୍ୟାଙ୍କ ଅଫିସର୍ସ ମହାସଂଘ
ରାଜଧାନୀରେ ଦୁଇଟି ବ୍ୟାଙ୍କ ଲୁଟ୍ ଓ ବଡ଼ଧରଣର ଏଟିଏମ୍ ଲୁଟ୍ ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ମହାସଂଘ। ମହାସଂଘର ସଭାପତି ଦାମୋଦର ନନ୍ଦ କହିଛନ୍ତି ହାତଗଣତି କେତେକ ବ୍ୟାଙ୍କ ଓ ଏଟିଏମ୍ କାଉଣ୍ଟରକୁ ଛାଡ଼ି ଦେଲେ ବାକିଗୁଡ଼ିକରେ ସୁରକ୍ଷାକର୍ମୀ ନାହାନ୍ତି, ଯାହା ଅପରାଧୀଙ୍କୁ ସୁହାଉଛି। ଏଟିଏମ୍ କାଉଣ୍ଟର ଲୁଟ୍ ସହ ଲୋକେ ଲୁଟେରାଙ୍କ ଶିକାର ହେଉଛନ୍ତି। ପୁଲିସର ରାତ୍ରକାଳୀନ ପାଟ୍ରୋଲିଂ ମଧ୍ୟ ଠିକ୍ ଭାବେ ହେଉ ନାହିଁ। ଫଳରେ ଲୁଟେରା ଏଟିଏମ କାଉଣ୍ଟରକୁ ଟାର୍ଗେଟ କରୁଛନ୍ତି। ଅତି କମରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏଟିଏମ କାଉଣ୍ଟରଗୁଡ଼ିକୁ ସୁରକ୍ଷାକର୍ମୀ ଯୋଗାଇ ଦେବା ପାଇଁ ସେ କହିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ସରକାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଏକ ବୈଠକ କରନ୍ତୁ। ଯେଉଁମାନେ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍କୁ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ନନ୍ଦ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/atm-loot.jpg)