ଖୋର୍ଧା : ପ୍ରସିଦ୍ଧ ଶୈବପୀଠ ବାବା ହଟେକଶ୍ୱରଙ୍କ ଧାମ ତଥା ଅଟ୍ରି ଉଷ୍ମପ୍ରସବଣ ନିକଟରେ ଖୋର୍ଧା ଜିଲ୍ଲାର ଅନ୍ୟତମ ବୃହତ୍ତମ ମକର ମେଳା ଆସନ୍ତା ୧୪ ତାରିଖଠାରୁ ଆରମ୍ଭ ହେବ। ପ୍ରାୟ ଦୁଇ ସପ୍ତାହ ଧରି ହେବାକୁ ଥିବା ଏହି ମେଳା ପାଇଁ ଏବେ ଅଟ୍ରି ଚଳଚଞ୍ଚଳ ହୋଇଉଠିଛି। ମେଳା ପାଇଁ ଜିଲ୍ଲା ତଥା ବାହାରୁ ଶତାଧିକ ଦୋକାନୀ ମେଳା ଦାଣ୍ଡରେ ପହଞ୍ଚି ଗଲେଣି। ମେଳା ପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ଫୋର୍ସ, ୩୦ଜଣ ହୋମଗାର୍ଡ, ୧୫ଜଣ କନେଷ୍ଟବଳ, ୫ଜଣ ହାବିଲଦାର ଓ ୨୫ଜଣ ଏଏସ୍ଆଇ, ଏସ୍ଆଇଙ୍କୁ ନିଯୁକ୍ତି ଦିଆଯାଇଛି। ମେଳା ଦାଣ୍ଡ ସମେତ ଶୈବପୀଠ ଓ ଉଷ୍ମପ୍ରସବଣ ଅଞ୍ଚଳରେ ପୁଲିସ ମୁତୟନ ରହିବେ। ଏସ୍ପି ଦୀପ୍ତିରଂଜନ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡିଏସ୍ପି ଓ ୨ଜଣ ଇନ୍ସପେକ୍ଟର ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ। ଏହାବ୍ୟତୀତ ବାଘମାରୀରୁ ପାଣିଟାଙ୍କି ଛକ ଓ ପାନବରଜ ରାସ୍ତାର ଅଟ୍ରି ଉଷ୍ମ ପ୍ରସବଣ ନିକଟ ପର୍ଯ୍ୟନ୍ତ କେବଳ ଦୁଇଚକିଆ ଗାଡ଼ି ଚଳାଚଳ କରିବ। କିନ୍ତୁ ମେଳା ଦାଣ୍ଡ ସମେତ ଶୈବପୀଠ ଓ ଉଷ୍ମପ୍ରସବଣ ଅଞ୍ଚଳରେ ଦୁଇଚକିଆ ଗାଡ଼ି ସମେତ କୌଣସି ପ୍ରକାର ଯାନବାହାନ ଚଳାଚଳ କରିବ ନାହିଁ ବୋଲି ଏସ୍ପି ଶ୍ରୀ ରାୟ ସୂଚନା ଦେଇଛନ୍ତି। ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଏସ୍ପି ଶ୍ରୀ ରାୟ, ଖୋର୍ଧା ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ହଟକେଶ୍ୱର ପୀଠକୁ ଯାଇ ମେଳା ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ସହ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି।
ଦିନକ ପରେ ପ୍ରସିଦ୍ଧ ଅଟ୍ରି ମେଳା
/sambad/media/post_attachments/wp-content/uploads/2018/01/atri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)