ପୂଜା ଚାନ୍ଦା ନଦେବାରୁ ବ୍ୟବସାୟୀଙ୍କୁ ଆକ୍ରମଣ

ଭୁବନେଶ୍ବର: ଗଣେଶ ପୂଜା ଚାନ୍ଦା ନଦେବାରୁ ଅଶୋକନଗର ଅଞ୍ଚଳର ଜଣେ ବ୍ୟବାସୟୀଙ୍କୁ ଆକ୍ରମଣ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ ବ୍ୟବସାୟୀ ଚିନ୍ତାମଣି ନାୟକ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ, କିଛିଦିନ‌ ତଳେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ଚିନ୍ତାମଣିଙ୍କ ପାଖକୁ ଆସି ପୂଜା ଚାନ୍ଦା ବାବଦକୁ ୨୦ ହଜାର ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନଦେଇ ସେମାନଙ୍କୁ ଫେରାଇ ଦେଇଥିଲେ। ତେବେ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ କେତେକ ଯୁବକ ତାଙ୍କ ଦୋକାନରେ ପହଞ୍ଚି ପୁଣି ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ନଦେବାରୁ ଯୁବକମାନେ ଅଚାନକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ନାକ ଫାଟିଯିବା ସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଆକ୍ରମଣ ପରେ ଯୁବକମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଖବରପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚିନ୍ତାମଣିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା।

ସମ୍ବନ୍ଧିତ ଖବର