ଚନ୍ଦ୍ରଶେଖରପୁର: ହାଉିସଂବୋର୍ଡ କଲୋନି ଏଚ୍ଆଇଜି ୧୬/୬ରେ ହୋଇଛି ସଶସ୍ତ୍ର ଡକାୟତି। ୫ଜଣ ଡକାୟତ ମାରଣାସ୍ତ୍ର ଧରି ଘରେ ଥିବା ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ମୂଲ୍ୟବାନ ଇଲେକଟ୍ରୋନିକ୍ସ ଉପକରଣ ଲୁଟି ନେଇଛନ୍ତି। ଗତ ଶୁକ୍ରବାର ଦିନ ୧୧ଟାରେ ଏହି ଘଟଣା ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି। ଗୁରୁବାର ସଂଧ୍ୟାରେ ଦୁଇ ତିନିଜଣ ଯୁବକ ଶକୁନ୍ତଳା ମହାରଣାଙ୍କ ଘରକୁ ଆସି ଏକ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେବା ସହ ଏସି ମରାମତି କରିବା ପାଇଁ କହିଥିଲେ।
ମାତ୍ର ଘରେ ଅତିଥି ଥିବାରୁ ଦୁର୍ବୃତ୍ତମାନେ ଫେରି ଯାଇଥିଲେ। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୫ଜଣ ଯୁବକ ହାତରେ ଭୁଜାଲି ଧରି ହଠାତ ଘର ଭିତରେ ପଶି ଦମ୍ପତିଙ୍କୁ ଆକ୍ରମଣ କରିବା ସହ ଘର ଭିତରେ ବନ୍ଦ କରିଦେଇଥିଲେ। ଏହାପରେ କପ୍ବୋର୍ଡ ଭାଙ୍ଗି ସୁନା କାନ ଫୁଲ, ମୁଦି, ଚେନ୍, ସମେତ ୨ଟି ମୋବାଇଲ, ଟ୍ୟାବ୍ ଏବଂ ନଗଦ ୩ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ସ୍ବାମୀଙ୍କ ସହ ଶକୁନ୍ତଳା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁର୍ବୃତ୍ତମାନେ ଅଣଓଡ଼ିଆ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/27-18.jpg)