ଘରେ ପଶି ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର: ଘରେ ପଶି ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବୁଧବାର ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସାଲିଆସାହି ବାଜପାୟୀ ବସ୍ତିର ସତ୍ୟ ନାଏକ(୨୨)। ପୁଲିସ ସୂଚନାନୁସାରେ ସତ୍ୟ ସେହି ସାହିର ଶୁଭଶ୍ରୀ(ଛଦ୍ମନାମ)ଙ୍କୁ ଏକତରଫା ଭଲ ପାଉଥିଲେ। ବାଟରେ ଘାଟରେ, ଏମିତିିକି ଫୋନ୍‌ରେ ତାଙ୍କୁ ପ୍ରେମ ନିବଦେନ କରି ହଇାରଣ କରୁଥିଲେ। କିନ୍ତୁ ଭୟରେ ଯୁବତୀ କିମ୍ବା ତାଙ୍କ ପରିବାର ପ୍ରତିବାଦ କରିପାରୁ ନଥିଲେ। ଶୁଭଶ୍ରୀଙ୍କ ପରିବାରର ଭୟକୁ ଦେଖି ସତ୍ୟର ସାହସ ବଢ଼ି ବଢ଼ି ଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଶୁଭଶ୍ରୀ ଘରେ ଏକୁଟିଆ ଥିବା ସୁଯୋଗ ଦେଖି ସତ୍ୟ ତାଙ୍କ ଘରେ ପଶିଥିଲା ଓ ତାଙ୍କୁ ଟଣାଓଟରା କରିଥିଲା। କିନ୍ତୁ ଶୁଭଶ୍ରୀ ପାଟି କରିବାରୁ ବସ୍ତି ଲୋକେ ଆସିଯିବା ଭୟରେ ସେଠାରୁ ପଳାଇଥିଲା। ପରେ ବସ୍ତି ଲୋକେ ଶୁଭଶ୍ରୀଙ୍କୁ ସାହସ ଦେଇଥିଲେ ଓ ନୂଆପଲ୍ଲୀ ଥାନାରେ ଏକ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର