ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣା: ୫ ଦୁର୍ଦ୍ଦାନ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

୨୦୧୬ରେ ଗୁଳି ଫୁଟାଇ ଖସି ଯାଇଥିଲେ

କଟକ: ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଏପ୍ରିଲ ୧୪ ତାରିଖରେ ହତ୍ୟା କରାଯାଇଥିଲେ ବି ୨୦୧୬ରେ ତାଙ୍କୁ ହୋଇଥିବା ହତ୍ୟା ଉଦ୍ୟମ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଆଜି ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଧା ନିରାକାରପୁରର ଦିବ୍ୟଲୋଚନ ଗଜେନ୍ଦ୍ର ଓରଫ ମାମଲା(୨୮), ସୀମାଞ୍ଚଳ ବଡ଼ଜେନା ଓରଫ ସିଲୁ, ପପିନ କୁମାର ଦଳସି˚ହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓରଫ ବାଙ୍କ, ଇସ୍‌ପାତ ମହାରଣା ଓରଫ ମଣ୍ଟୁ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ଟାଙ୍ଗୀ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ହାଜର କରାଯାଇ ଜେଲ୍‌କୁ ପଠାଯାଇଥିଲା। ସେମାନଙ୍କୁ ରିମାଣ୍ତରେ ଆଣିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ କହିବା ଅନୁଯାୟୀ ୨୦୧୬ ରେ ସେମାନେ ମଙ୍ଗଳୁଙ୍କୁ ହତ୍ୟା ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ। ମଙ୍ଗୁଳି ଅଳ୍ପକେ ବର୍ତ୍ତିଯାଇଥିଲେ। ୨୦୧୬ ଅଗଷ୍ଟ ୩୧ ତାରିଖର ଦିନ ପ୍ରାୟ ୨ଟା ୩୦ ବେଳେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡ଼ଜେନା, ପପିନ କୁମାର ଦଳସି˚ହରାୟ ଏବ˚ ଅନ୍ୟ ସହଯୋଗୀମାନେ ମଙ୍ଗୁଳିଙ୍କୁ ବନ୍ଧୁକ, ଫାର୍ସା ଓ ଖଣ୍ତାରେ ଆକ୍ରମଣ କରିଥିଲେ। ଦିବ୍ୟଲୋଚନ ଏବ˚ ସୀମାଞ୍ଚଳ ମଙ୍ଗୁଳିଙ୍ଗ ଉପରକୁ ୫ ରାଉଣ୍ତ ଗୁଳି ଫୁଟାଇଥିଲେ। ମଙ୍ଗୁଳିଙ୍କ ଦୁଇ ଗୋଡ଼ରେ ଗୁଳି ମାଡ଼ ହେଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମଙ୍ଗୁଳିଙ୍କୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମଙ୍ଗୁଳିଙ୍କ ଉପରକୁ ଏଭଳି ଢ˚ଗରେ ଆକ୍ରମଣ ପରେ ସମସ୍ତ ଅଭିଯୁକ୍ତମାନେ ଖୋର୍ଧାରୁ ଫେରାର ହୋଇଯାଇଥିଲେ। ନିରାକାରପୁର ଥାନାରେ ଏକ ମାମଲା(କେସ୍‌ ନ˚ ୮୩) ସେପ୍ଟେମ୍ବର ୧ ତାରିଖରେ ରୁଜୁ ହୋଇଥିଲା। ସେହି ମାମଲାକୁ ଏବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦିବ୍ୟାଲୋଚନ ବିରୋଧରେ ୧୭ଟି ମାମଲା, ସିଲୁ ବିରୋଧରେ ୧୧ଟି ମାମଲା, ପପିଲ ବିରୋଧରେ ୪ଟି ମାମଲା, ବାଙ୍କ ବିରୋଧରେ ୨ଟି ମାମଲା, ଇସ୍‌ପାତ ବିରୋଧରେ ୩ଟି ସ˚ଗିନ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି।

ଅନ୍ୟପଟେ ଖୋର୍ଧା ଟାଉନ ଥାନା ଅନ୍ତର୍ଗତ ନବୀନାବାଗଠାରେ ଏପ୍ରିଲ ୧୪ ତାରିଖ ବିଳମ୍ବିତ ରାତିରେ ବିଜେପିର ୯ ନମ୍ବର ଜୋନ୍‌ ମଣ୍ତଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଡିଏସ୍‌ପି ପ୍ରମୋଦ ରଥ ଏବ˚ ପି.କେ. ବିଶୋଇଙ୍କ ନେତୃତ୍ବରେ ଦୁଇଟି ସ୍ବତନ୍ତ୍ର ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର